ତୃତୀୟ ଦିନରେ ବିଜେଡିର ଜନସଚେତନତା ସେବା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବିଜେଡି ପକ୍ଷରୁ ଆଜି ତୃତୀୟ ଦିନରେ ସରସଦା ପଞ୍ଚାୟତ ପିରିପୁର ଠାରେ ଜନସଚେତନତା ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଯୋଗଦେଇ ଗ୍ରାମବାସୀଙ୍କୁ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ଦେଇଥିଲେ । ଏହାଛଡା ସାମାଜିକ ଦୂରତା ରକ୍ଷା କରିବା ସହ ନିୟମିତ ବ୍ୟବଧାନରେ ହାତଧୋଇବା ଓ ମାସ୍କ ବ୍ୟବହାର କରିବାକୁ ଶ୍ରୀ ସାମଲ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ଯୁବନେତା ପ୍ରିତସ ରଞ୍ଜନ ନାୟକ, ଦିଲ୍ଲୀପ ସାମଲ, ନାରାୟଣ ପୋଥାଳ ପ୍ରମୁଖ ଯୋଗଦେଇ ସଚେତନାତ୍ମକ ସୂଚିପତ୍ର ବଣ୍ଟନ ସହିତ ମାସ୍କ ଓ ସାନିଟାଇଜର ଗ୍ରାମବାସୀଙ୍କୁ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରତ୍ନାକର ଦାସ, ପ୍ରଶାନ୍ତ ଭଞ୍ଜ, କିଶୋର ଷେଣ୍ଢ ପ୍ରମୁଖ ସହଯୋଗ କରିଥିଲେ ।


