ଚୋରି ଗ୍ୟାସ ସିଲିଣ୍ଡର ଉଦ୍ଧାର, ଜଣେ ଗିରଫ
ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ଥାନା ଅଧିନ ଆପଣ୍ଡା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ଗ୍ୟାସ ସିଲିଣ୍ଡର ଚୋରି ଅଭିଯୋଗରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ବ୍ୟକ୍ତି ହେଉଛନ୍ତି ଆପଣ୍ଡା ଗ୍ରାମର ରୁଦ୍ର ନାରାୟଣ ନାୟକ (୧୯) ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି l ଚୋରି ଭାରତ ଗ୍ୟାସ ଏଲପିଜି ସିଲିଣ୍ଡରକୁ ପୋଲିସ ଅଭିଯୁକ୍ତର ଘର ନିକଟ ଏକ ବୁଦାରୁ ଜବତ କରିଛି l ଏଥିସହ ଏକ ଚୋରି ସାଇକେଲ ମଧ୍ୟ ଜବତ ହୋଇଛି l ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଅଭିଯୋଗକାରୀଙ୍କ ଘରୁ ଏଲପିଜି ସିଲିଣ୍ଡର ଚୋରି କରିଥିଲେ ଏବଂ ଚୋରି ହୋଇଥିବା ସମ୍ପତ୍ତିକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଲୁଚାଇ ରଖିଥିଲେ। ସୋମବାର ଏନେଇ ପୋଲିସ ୨୫୨/୨୬ ମୂଳେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି l


