ବୀର ଯବାନ ପାଇଁ ରାକ୍ଷୀ ପଠାଇଲେ ଛାତ୍ରୀ

ବନ୍ତ,(ଚାନ୍ଦିନୀ ମହାନ୍ତି): ମଙ୍ଗଳବାର ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ବନ୍ତ ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦେଶ ମାତୃକାର ସେବାରେ ନିୟୋଜିତ ବୀର ସୈନିକଙ୍କ ଉଦ୍ଦେଶ୍ୟରେ ‘ରାକ୍ଷୀ ଫର୍ ସୋଲଜର୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରୀ ମାନେ ସୀମାନ୍ତରେ କାର୍ଯ୍ୟରତ ବୀର ଯବାନଙ୍କ ପାଇଁ ରାକ୍ଷୀ ପଠାଇଥିବା ଦେଖା ଯାଇଥିଲା । ଦେଶର ସୀମାରେ ଦିନରାତି ଜଗିରହି ଆମକୁ ସୁରକ୍ଷା ଦେଉଥିବା ବୀର ଯବାନମାନଙ୍କ ଅତୁଳନୀୟ ତ୍ୟାଗ ଓ ସମର୍ପଣ ପ୍ରତି କୃତଜ୍ଞତା ଜଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଛାତ୍ରୀ ମାନେ କହିଛନ୍ତି l ମହାବିଦ୍ୟାଳୟର ଏବିଭିପି ସମ୍ପାଦିକା ଶୁଭସ୍ମିତା ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ରୀ ଶୁଭସ୍ମିତା ପଢିଆରୀ, ସରିତା ବେହେରା, ଅଭିଲିପ୍ସା ସାହୁ, ପ୍ରଣତି ସାହୁ, ଜୟଶ୍ରୀ ନାୟକ, ମାମୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଯବାନମାନଙ୍କ ଦୀର୍ଘାୟୁ, ସୁରକ୍ଷା ଓ ମଙ୍ଗଳ କାମନା କରି ସ୍ନେହର ଶ୍ରଦ୍ଧାସୂତ୍ର ପ୍ରେରଣ କରିଥିଲେ । ମହାବିଦ୍ୟାଳୟ ଛାତ୍ରୀଙ୍କର ଏହି ଭାବପୂର୍ଣ୍ଣ ଓ ଦେଶପ୍ରେମ ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ