ଅଟୋ ପଛକୁ ପିଟିଲା କାର, ଅଟୋ ଚାଳକ ଗୁରୁତର

ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥସ୍ଥିତ ବ୍ୟାଙ୍କ କଲୋନୀ ଛକଠାରେ ଏକ ଅଟୋକୁ ପଛପଟୁ ଧକ୍କା ଦେଲା କାର । ଯାହାଫଳରେ ଅଟୋଟି ଓଲଟି ଚାଳକ ଛିଟିକି ପଡ଼ି ଗୁରୁତର ଅବସ୍ଥାରେ ପଡ଼ିଥିଲେ । ଏନେଇ ଛତ୍ରପୁର ଥାନା ପକ୍ଷରୁ ଥାନା ଗାଡ଼ି ଦ୍ୱାରା ଗୁରୁତର ଅଟୋ ଚାଳକଙ୍କୁ ଛତ୍ରପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ । ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଆଜିି ସକାଳ ୮ଟାରେ ସୋମନାଥ ବେହେରା (ମିଟୁ) (ଓଡି୦୭ଏବି-୭୦୮୮)ନଂ ଏକ ଅଟୋ କୁ ଧରି ଦେବୀନଗର ସାହିରୁ କଲେଜ ଛକଆଡ଼କୁ ଯାଉଥିଲେ । ଏହି ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଓଡି୦୨ଏୟୁ-୭୩୯୩ ନମ୍ବରର ଏକ କାର ବ୍ୟାଙ୍କ କଲୋନୀ ନିକଟରେ ଅଟୋକୁ ଧକ୍କା ଦେଇ ଚମ୍ପଟ ମାରଥିଲା । କାରର ଏକ ଭଗ୍ନାଂଶ ଘଟଣା ସ୍ଥଳରେ ପଡ଼ିଥିଲା । ଏହାକୁ ନେଇ ଛତ୍ରପୁର ଥାନାଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ସମସ୍ତ ଅଂଚଳର ଥାନାଧିକାରୀମାନଙ୍କୁ ଖବର ଦେଇଥିଲାବେଳେ କାରଟି ହୁମ୍ମା ଜାତୀୟ ରାଜପଥରେ ଯାଉଥିବା ସମୟରେ ପୁଲିସ କାବୁ କରି ଛତ୍ରପୁର ଥାନାକୁ ଆଣିଥିଲେ । ଏସଂପର୍କରେ ଗୁରୁତର ହୋଇ ଚିକିତ୍ସାହେଉଥିବା ସୋମନାଥ ବେହେରାଙ୍କ ବାପା ପୂର୍ଣ୍ଣ ଚନ୍ଦ୍ର ବେହେରା ଛତ୍ରପୁର ଥାନାରେ ଏକ ଏତଲା ଦାୟର କରିଛନ୍ତି । ଏତଲାକୁ ଭିତ୍ତି କରି ଛତ୍ରପୁର ପୁଲିସ ୨୧୯/୧୯ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଥାନାରେ ଉଭୟ ଅଟୋ ଓ କାର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ