ଛତ୍ରପୁର ଠାରେ ବୃହତ ଆଇନସେବା ପ୍ରାଧୀକରଣ ସଭା

ଛତ୍ରପୁର : ସେପ୍ଟେମ୍ବର ୧୫ ତାରିଖରେ ଛତ୍ରପୁର ଷ୍ଟାଡିୟମଠାରେ ବୃହତ ଆଇନସେବା ପ୍ରାଧିକରଣ ସଭା ଅନୁଷ୍ଠିତ ହେବ । ଗଞ୍ଜାମ ଜିଲ୍ଲା ପ୍ରଶାସନର ସହାୟତାରେ ଏହି ସଭା ଆୟୋଜନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଟିତ ହୋଇଯାଇଛି । କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ମଧ୍ୟ ପ୍ରସ୍ତୁତ କରାଯାଇଛି । ଉକ୍ତ ଦିନ ପୂର୍ବାହ୍ନରେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟବିଚାରପତି ଏହାକୁ ଉଦଘାଟନ କରିବେ । ଜନସାଧାରଣ ଆଇନ ସେବା ପ୍ରାଧିକରଣ ଦ୍ୱାରା କିପରି ଉପକୃତ ହୋଇପାରିବେ ସେ ବିଷୟରେ ତର୍ଜମା କରାଯିବ । ବିଶେଷକରି ମହିଳା ମାନଙ୍କୁ ଏ ବିଷୟରେ ଅଧିକ ସଚେତନ କରାଯିବ । ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ମାନଙ୍କୁ ଅଦିକ ସଂଖ୍ୟାରେ ଏହି ସଭାରେ ସାମିଲ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଭିନ୍ନ ବିଭାଗର ଷ୍ଟଲ ଗୁଡିକ ଏହି ସଭାରେ ପ୍ରଦର୍ଶିତ ହେବ । ଛାତ୍ରଛାତ୍ରୀ ମାନଙ୍କଠାରୁ ଆରମ୍ଭ କରି ଗ୍ରାମିଣ ନାଗରୀକ ପର୍ଯ୍ୟନ୍ତ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ବିଭାଗୀୟ ସହାୟତା ଏହି ସଭା ଅବସରରେ ପ୍ରଦାନ କରାଯିବ । ଜନସାଧାରଣଙ୍କ ସୁବିଧା ପାଇଁ ରଙ୍ଗେଇଲୁଣ୍ଡା,କୁକୁଡାଖଣ୍ଡି,ଛତ୍ରପୁର,ଗଞ୍ଜାମ,ଖଲିକୋଟ ଓ ପୁରୁଷୋତ୍ତମପୁର ପ୍ରଭୃତି ଛଅ ଗୋଟି ବ୍ଲକର ଲୋକଙ୍କୁ ଏଥିରେ ସାମିଲ କରାଯିବ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁରସ୍ଥିତ ସିଭିଲକୋର୍ଟ ରେଜିଷ୍ଟର ।ମିତ କୁମାର ସେଠ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସେକ୍ରେଟାରୀ ବିଜୟ କୁମାର ଦାସ,ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରବିନାରାୟଣ ତ୍ରିପାଠୀ,ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷ ସେକ୍ରେଟାରୀ ସନ୍ଦିପ ରାଉତ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ କୁମାର ତ୍ରିପାଠୀ ଓ ।ନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ