ଦ୍ୱାଦଶ କନିଷ୍ଠ ରାଜ୍ୟ ନେଟ୍ବଲ୍ ପ୍ରତିଯୋଗିତା ଉଦ୍ଯାପିତ

ଭୁବନେଶ୍ୱର, : ଗତ ୭ ତାରିଖରୁ କିଶୋର ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଉଦ୍ଘାଟିତ ହୋଇଥିବା ଦ୍ୱାଦଶ ରାଜ୍ୟ ନେଟ୍ବଲ୍ ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଯାଇଛି । ପ୍ରତିଯୋଗିତାରେ ରାଜ୍ୟର ୨୨ଟି ଜିଲ୍ଲା ନେଟ୍ବଲ ସଂଘ ପକ୍ଷରୁ ପ୍ରାୟ ·ରିଶହ ବାଳକ, ବାଳିକା ଖେଳାଳୀ ଓ ଅଫିସିଆଲ ଅଂଶଗ୍ରହଣ କରିଥିଲେ । କଟକ ସଦର ନେଟ୍ବଲ୍ ସଂଘ ଦ୍ୱାରା ଆୟୋଜିତ ଏହି ରାଜ୍ୟ ପ୍ରତିଯୋଗିତାରେ ବାଳକ ବିଭାଗରେ କଟକ ସଦର ଦଳ ପ୍ରଥମ, କଟକ ଜିଲ୍ଳା ଦଳ ଦ୍ୱିତୀୟ ଏବଂ ଗଞ୍ଜାମ ଜିଲ୍ଲା ଦଳ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ବାଳିକା ବିଭାଗରେ କଟକ ସଦର ଦଳ ପ୍ରଥମ, ସି.ଏମ୍.ଏନ୍.ଏ.ଦଳ ଦ୍ୱିତୀୟ ଏବଂ ଜେ.ଏନ୍.ଏ ଦଳ ତୃତୀୟ ସ୍ଥାନ ହାସଲ କରିଥିଲେ । କିଶୋର ନଗର ଥାନାର ଆଇ.ଆଇ.ସି. ଶ୍ରୀ ବାମଦେବ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ମଞ୍ଚାସୀନ ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଡ଼କ୍ଟର କିଶୋର ଚନ୍ଦ୍ର ଦାଶ, ଗଗନ ବିହାରୀ ମହାପାତ୍ର, ଓଡ଼ିଶା ନେଟ୍ବଲ୍ ସଂଘର ସଭାପତି ସର୍ବେଶ୍ୱର ବର୍ଦ୍ଧନ, ଉପସଭାପତି ପ୍ରତ୍ୟୁଷ କୁମାର ପ୍ରଧାନ, ମନମୋହନ ମାଝୀ, ଧରଣୀଧର ଜେନା, ପ୍ରଧାନ ଗୁରୁଜୀ ଏବଂ ଭାରତୀୟ ନେଟ୍ବଲ୍ ମହାସଂଘର ଉପସଭାପତି ଓ ବୈଷୟିକ କମିଟି ଅଧ୍ୟକ୍ଷ ପି.କେ. ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ରଞ୍ଜିତ କୁମାର ଦାସ, ଜିତେଞ୍ଜୟ ମହାନ୍ତି, ଅଜୟ ମହାନ୍ତି, ସିଦ୍ଧାର୍ଥ ଶଙ୍କର ବିଷୋୟୀ, ସଂଗ୍ରାମ ମିଶୋୟୀ, ଆଶୀଷ ଜେନା, ଶିଶିର ଦାସ, ଜାହିଦ୍ ଖାନ, ଘନଶ୍ୟାମ ମଣ୍ଡଳ, ମହମ୍ମଦ ଆସିକ, ପ୍ରଶାନ୍ତ ଦାସ ଓ ପ୍ରଜ୍ଞା ପାରମିତ ଦଳାଇ ପ୍ରମୁଖ ମଞ୍ଚ ଓ ପ୍ରତିଯୋଗିତା ପରି·ଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ