ଭାରତ ଉର୍ଜା ନ୍ୟାୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି – ଧର୍ମେନ୍ଦ୍ର ପ୍ରଧାନ

ଆବୁଧାବୀ/ଭୁବନେଶ୍ୱର, ସେପ୍ଟେମ୍ବର ୧୦: ଭାରତରେ ଉର୍ଜା ନ୍ୟାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବୋଚ୍ଚ ପ୍ରଧାନ୍ୟ ଦେଉଛନ୍ତି ବୋଲି ସୋମବାର ଆବୁଧାବୀରେ ଅନ୍ତର୍ଜାତୀୟ ଶକ୍ତି ଫୋରମର ୮ତମ ଏସୀୟ ଶକ୍ତି ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବୈଠକରେ  ନିଜ ଅଭିଭାଷଣରେ ଏସିଆ ତଥା ବିଶ୍ୱର ବିକାଶ ପାଇଁ ଉର୍ଜା ସୁରକ୍ଷା ଏବଂ ଟିକ୍ନୋଲୋଜିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ୟୁଏଇ ଓ ଭିଏତନାମର ମନ୍ତ୍ରୀଗଣ, ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ପ୍ରମୁଖ ଅଧିକାରୀ, ଓପେକ୍ର ସାଧାରଣ ସଚିବ ଏବଂ ବିଭିନ୍ନ ବ୍ୟକ୍ତିବିଶେଷ ମାନଙ୍କୁ ଭେଟି ଭାରତ ଓ ୟୁଏଇ ସହ ଆର୍ଥିକ ଏବଂ ଅନ୍ୟାନ୍ୟ ସହଯୋଗ ଉପରେ ଫଳପ୍ରଦ ଆଲୋଚନା କରଥିଲେ ।  ଆଗାମୀ ଦୁଇ ଦଶନ୍ଧିରେ ବିଶ୍ୱ ଆର୍ଥିକ ବିକାଶର କେନ୍ଦ୍ର ଏସିଆ ହେବ ତଥା ଭାରତ ଓ ଚୀନ ଏହାର ୮୦ ଭାଗ ଅଂଶୀଦାର ହେବ । ବିଶ୍ୱର ଶକ୍ତି ଚାହିଦା ବଢିବା ସହ ଅକ୍ଷୟ ଶକ୍ତିର ବ୍ୟବହାରରେ ଦ୍ରୁତ ପ୍ରଗତି ଘଟିବ । ୨୦୪୦ ମସିହା ସୁଦ୍ଧା ଅକ୍ଷୟ ଶକ୍ତି ଯୋଗାଣ ଦୁଇ ତୃତୀୟାଂଶ ବୃଦ୍ଧି ପାଇବ ଏବଂ ଏହା କୋଇଲାକୁ ଆଗେଇ ଯାଇ ଭବିଷ୍ୟତରେ ଉର୍ଜା ମିଶ୍ରଣର ୩୦ ପ୍ରତିଶତରେ ପହଁଚିବ । ଦୁର୍ବଳ ଏବଂ ଅସନ୍ତୁଳିତ ଉର୍ଜା କାରଣରୁ ଏସୀଆରେ ୪୦୦ ମିଲିୟନରୁ ଉଦ୍ଧ୍ୱର୍ ଲୋକ ବିଜୁଳି ପାଇବାରୁ ବଂଚିତ ଅଛନ୍ତି । ଏଥିପାଇଁ ସୁରକ୍ଷିତ, ଶସ୍ତା ଏବଂ ସୁଲଭ ଉର୍ଜା ପ୍ରଦାନ କରିବା
ସବୁ ଦେଶର ସରକାରଙ୍କ ପାଇଁ ପ୍ରାଥମିକତା ରହିଛି । ଭାରତର ଉର୍ଜା ଦୃଷ୍ଟିକୋଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୪ଟି ସ୍ତମ୍ଭ ଯଥା ଉର୍ଜା ଉପଲବ୍ଧ, ଉର୍ଜା ସୁରକ୍ଷା, ଉର୍ଜା ଦକ୍ଷତା ଏବଂ ଉର୍ଜା ସ୍ଥିରତା ଉପରେ ଆଧାରିତ । ବିଗତ ୫ ବର୍ଷରେ ଭାରତ ଉର୍ଜା ନ୍ୟାୟ ଏବଂ ଉର୍ଜାକୁ ସମସ୍ତଙ୍କ ପାଖରେ ପହଁଚାଇବା ଉପରେ ଅତ୍ୟଧିକ ଯୋର ଦେଇଛି । ବିଗତ ୫ ବର୍ଷରେ ଭାରତ ଦେଶର ୧.୩ ବିଲିୟନର ଉଦ୍ଧ୍ୱର୍ ଲୋକଙ୍କ ପାଇଁ ଉର୍ଜା ନ୍ୟାୟ ଅନୁଭବ କରିବା ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛି । ଉର୍ଜା ସୁରକ୍ଷା ଏବଂ ଉର୍ଜା ନ୍ୟାୟ ପ୍ରାପ୍ତ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ବୋଲି   କହିଥିଲେ । ଆଜିର ଗୋଲଟେବୁଲ ବୈଠକ ଉର୍ଜା ସୁରକ୍ଷାକୁ ମଜବୁତ୍ କରିବାର ନୂଆ ରାସ୍ତା ଦେଖାଇବ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ୟୁଏଇର ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଏଚ.ଇ ସୁଏଲ ମହମ୍ମଦ ଅଲ୍ ମଜ୍ରୌଇଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀ ପ୍ରଧାନ । ଭାରତ-ୟୁଏଇ ମଧ୍ୟରେ ବ୍ୟାପକ ଋଣନୈତିକ ସହଯୋଗକୁ ଦୃଢ କରିବା ପାଇଁ
ଉଭୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ବିଶେଷ ଭାବରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ହାଇଡ୍ରୋକାର୍ବନ
କ୍ଷେତ୍ରର କାର୍ଯ୍ୟକୁ ଆହୁରି ମଜବୁତ କରିବା ଦିଗରେ ରାସ୍ତା ବାହାର କରିବା ପାଇଁ ଆଲୋଚନା କରାଯାଇଛି ।
ଏହାବ୍ୟତିତ ଶ୍ରୀ ପ୍ରଧାନ ୟୁଏଇର ମନ୍ତ୍ରୀଙ୍କ ସହ ଇସ୍ପାତ୍ ରପ୍ତାନୀ ଚାହିଦାକୁ ବୃଦ୍ଧି କରିବା ଦିଗରେ ମଧ୍ୟ
ଆଲୋକପାତ କରିଥିଲେ । ଓଡିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁର ଠାରେ ହେବାକୁ ଥିବା ଭାରତର ଋଣନୈତିକ ପେଟ୍ରୋଲିୟମ ଭଣ୍ଡାର କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ୟୁଏଇ ପୁନର୍ବାର ଅଂଶଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ୟୁଏଇ
ମନ୍ତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଆଲୋଚନା କାଳରେ ଶ୍ରୀ ପ୍ରଧାନ ଷ୍ଟ୍ରେଟ୍ ଅଫ୍ ହରମୁଜରେ ଦେଖାଯାଇଥିବା ବିଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିବା ସହ ଉତ୍ପାଦନର ହ୍ରାସକୁ ଓପେକର ସଦସ୍ୟମାନେ ସମର୍ଥନ କରିବା ଦ୍ୱାରା ପ୍ରତିକୂଳ ଭାବରେ ଏହି ନିଷ୍ପତି ଭାରତୀୟ ଉପଭୋକ୍ତାଙ୍କ ଉପରେ ପ୍ରଭାବ ପକାଉଛି ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ