ଆକ୍ରମଣ ମାମଲା : ୫ ଅଭିଯୁକ୍ତ ଗିରଫ
କୁକୁଡାଖଣ୍ଡି , ( ଯୁଗାବ୍ଦ ନୁ୍ୟଜ୍) : ଗତମାସ ୨୩ ତାରିଖରେ ସଦରଥାନା ଅନ୍ତର୍ଗତ ଆମ୍ବଗଡ ଗ୍ରାମର ଯୁବକ କୁରେଶ ପଣ୍ଡାକୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । କୋର୍ଟ ଚାଲାଣ ହୋଇଥିବା ୫ ଜଣ ଅଭିଯୁକ୍ତ ମାନଙ୍କ ମଧ୍ୟରେଆମ୍ବ ଗଡ ଗ୍ରାମର ହରିଶ୍ଚନ୍ଦ୍ର ବେହେରା ,ସନ୍ତୋଷ କୁମାର ବେହେରା ,ସନ୍ତୋଷ ବେହେରା ଓରଫ ପେଟୁ ମଣ୍ଟୁ ବେହେରା ବୁଲୁ ସାହୁ ବୋଲି ଜଣାପଡିଛି । ଦୀର୍ଘ ଦିନ ହେଲା ପୋଲିସ କୁ ଚକମା ଦେଇ ବାହାରେ ବୁଲୁଥିଲେ ସେମାଙ୍କୁ ପୋଲିସ ବ୍ରହ୍ମପୁର ଫାଷ୍ଟଗଟେ, ଗାଙ୍ଗପୁର ଥାନା ଅନ୍ତର୍ଗତ ବାଇଲିପଡ଼ା, ଛତ୍ରପୁର, ମୋହୁଡା ଆଦି ସ୍ଥାନରେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି । ଏନେଇ ସଦରଥାନା ପୋଲିସ କେସ୍ ନଂ ୨୧୮/୧୯ରେ ଏକ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଂକ ନିକଟରୁ ଆକ୍ରମଣ ରେ ବ୍ୟବହୃତ ଆଇରନ ରଡ଼ ଜବତ କରିଥିବା ଥାନା ଅଧିକାରୀ ସନ୍ତୋଷୀନି ଓରାମ ସୂଚନା ଦେଇଛନ୍ତି।


