ଓଡିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ
ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):କୁଜଙ୍ଗ ବ୍ଲକ ଅଧୀନରେ ଥିବା ବାଣୀକୁଦ ପ୍ରାଥମିକ ବିଦ୍ୟଳୟ ପଙ୍କପାଳ ଠାରେ ଓଡିଶା -ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି| ଏଥିରେ ଜିଲ୍ଲା ସଂଯୋଜକ ଶ୍ରୀ ମଧୁସୂଦନ ସାହୁ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗ ରେ କାର୍ଯ୍ୟକ୍ରମ କରାଯାଇଥିଲା ଏଥିରେ ୭୫ଜଣ ରକ୍ତଦାନ କରିଥିଲେ ଏହି ଅବସରରେ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯାଇଥିଲା |ସାମାଜିକ ଦୂରତା ସହ ରକ୍ତଦାନ କରାଯାଇଥିଲା| ଏଥିରେ ସମାଜସେବୀ ସୁନାକର ବେହେରା ଡ଼ି. ସି ଅଚର୍ଯ୍ୟା, ସ୍ନେହମୟି ଅଚର୍ଯ୍ୟା ଅରୁଣ ପାଣି ଏବଂ ପରିବର୍ତ୍ତନ ଯୋଦ୍ଧା ଅନୁଷ୍ଠାନ ର ସଭାପତି ପରବ୍ରହ୍ମ ରାଉତ ଉପ -ସଭାପତି ସିଲନ କୁମାର ସାହୁ, ଦେବାଶିଷ ଅକ୍ଷୟ କୁମାର ମହାନ୍ତି, ଜ୍ଞାନରଞ୍ଜନ ନାୟକ , ଅମ୍ବିକା ବିଶ୍ୱାଳ, ମାନସ ବାରିକ, ଶୁଭଜୋତି ଚୌଧୁରି, ରୁଦ୍ରପ୍ରସାଦ ଦାସ, ଦେବାଶିଷ ମନ୍ତ୍ରୀ, ସୁଶାନ୍ତ ବାରିକ, ଆଶିଷ ମଲ୍ଲ, ସାଗର ମଲ୍ଲ, ରାଜେନ୍ଦ୍ର ବିଶ୍ୱାଳ, ଲକ୍ଷଦତ୍ତ ଛାଟେଇ, ସତ୍ୟପ୍ରକାଶ ବିଶ୍ୱାଳ, ଚନ୍ଦନ ବିଶ୍ୱାଳ ପ୍ରମୁଖ ବହୁ ସଭ୍ୟ ଯୋଗ ଦେଇଥିଲେ |