ୟୁଏନ୍ଏଚ୍ଆର୍ସିରେ କଶ୍ମୀର ପ୍ରସଙ୍ଗ: ପାକ୍ ଦସ୍ତାବିଜରେ ରାହୁଲ-ଓମାରଙ୍କ ବୟାନ

ଜେନେଭା: ଭାରତ ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣି ପାକିସ୍ତାନ ଆଜି ୧୧୫ ପୃÂାର ଏକ ଦସ୍ତାବିଜ ୟୁଏନ୍ଏଚ୍ଆର୍ସିରେ ଦାଖଲ କରିଛି । ଏହି ରିପୋର୍ଟରେ ଭାରତକୁ ବଦନାମ କରିବା ପାଇଁ ପାକିସ୍ତାନ ପ୍ରୟାସ କରିବା ସହ ଏଥିପାଇଁ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କ ବୟାନକୁ ଅସ୍ତ୍ର କରିଛି । ଏହି ଦସ୍ତାବିଜର ପ୍ରଥମ ପୃÂାରେ ହିଁ ପାକିସ୍ତାନ ରାହୁଲ ଏବଂ ଓମାରଙ୍କ ବୟାନକୁ ଉଲ୍ଲେଖ କରି ଦର୍ଶାଇଛି ଯେ ଭାରତର ପ୍ରମୁଖ ବିରୋଧୀ ଦଳ ନେତା ରାହୁଲ ଏବଂ କଶ୍ମୀର ନେତା ଅବଦୁଲ୍ଲା ଭାରତ ସରକାରଙ୍କ କଶ୍ମୀର ନୀତିକୁ ଘୋର ବିରୋଧ କରୁଛନ୍ତି ଏବଂ କଶ୍ମୀରରେ ଲୋକଙ୍କ ମାନବାଧିକାର ଉଲ୍ଲଂଘନ ହେଉଥିବା ସେମାନେ ସ୍ୱୀକାର କରିଛନ୍ତି । ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ରାହୁଲ କହିଥିଲେ ଯେ କଶ୍ମୀରରେ ନାଗରିକଙ୍କ ଉପରେ ସରକାର ବର୍ବରତାର ସହ ବଳ ପ୍ରୟୋଗ କରୁଛନ୍ତି ଏବଂ ବିରୋଧୀ ଦଳ ନେତା ଏବଂ ଗଣମାଧ୍ୟମକୁ କଶ୍ମୀର ଯିବାକୁ ଦେଉନାହାନ୍ତି । ଅନ୍ୟପକ୍ଷରେ ଓମାର ଏକ ବୟାନରେ କହିଥିଲେ ଯେ କେନ୍ଦ୍ର ସରକାର କଶ୍ମୀରରେ ଏକତରଫା ନିଷ୍ପତ୍ତି ନେଇ ବେଆଇନ ଏବଂ ଅସାମ୍ବିଧାନିକ କାମ କରିଛନ୍ତି । ଏହା ବିରୋଧରେ କଶ୍ମୀରବାସୀ ଏକ ଲମ୍ବା ଲଢେ଼ଇ ଲଢ଼ିବେ ବୋଲି ସେ କହିଥିଲେ । ଉଭୟ ରାହୁଲ ଏବଂ ଓମାରଙ୍କ ଏହି ବୟାନକୁ ପାକିସ୍ତାନ ଏବେ ଭାରତ ବିରୋଧରେ ଅସ୍ତ୍ର କରିଥିବାରୁ ଏ ନେଇ ଭାରତ କହିଛି ଯେ ପାକିସ୍ତାନ କେବଳ ବିଭ୍ରାନ୍ତି ଏବଂ ମିଥ୍ୟା ଛଡ଼ା ଅନ୍ୟ କିଛି ଜାଣେ ନାହିଁ । କଶ୍ମୀର ବ୍ୟାପାରରେ ଭାରତର ନୀତି ଅତି ସ୍ପଷ୍ଟ ଏବଂ ଏହାକୁ ସମଗ୍ର ବିଶ୍ୱ ଜାଣିଛି ବୋଲି ଭାରତ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ