ଋଷିକୂଲ୍ୟା ରଇତ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା ସଭା
ଛତ୍ରପୁର ( ଯୁଗାବ୍ଦ ନୁ୍ୟଜ୍) ; ଓଡିଶାର ଅଗ୍ରଣୀ ଚାଷୀ ସଂଗଠନ ଋଷିକୁଲ୍ୟା ରଇତ ମହାସଭା ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଋଷିକୂଲ୍ୟା ରଇତ ମହାସଭାର ସଂପାଦକ ସିମାଞ୍ଚଳ ନାହାକଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁÂିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଯୋଗାଣ ଖାଉଟି ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ କୃଷି ଓ କୃଷକର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ,ନିଜର ଇତିହାସ ଜାଣିଲେ ଆପଣମାନେ ଭବିଷ୍ୟତ ଗଠନ କରିପାରିବେ । ଏହି ପରିପ୍ରେକ୍ଷୀରେ ପାଇକ ବିଦ୍ରୋହ ଏକ କୃଷକ ଆନେ୍ଦାଳନ ଥିଲା । ଅତ୍ୟାଧିକ କର ଓ ଖଜଣା ବିରୁଦ୍ଧରେ ଆନେ୍ଦାଳନ ହୋଇଥିଲା । ସେହିପରି ୧୮୩୭ରେ ଚାଷି ଆନେ୍ଦାଳନ ଗଞ୍ଜାମ ର ଘୁମୁସରରେ ହୋଇଥିଲା । କୃଷକ ମେଳି ଓ ପ୍ରଜାମେଳି ହୋଇ ଚାଷୀମାନଙ୍କର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ । ସ୍ୱାଧିନତା ପରବର୍ତ୍ତୀ ସମୟରେ ଚାଷି ଓ ଚାଷ ପାଇଁ ଆନେ୍ଦାଳନ ର ସଜ୍ଞା ବଦଳିଲା । ୧୯୪୮ ରେ ଶେରଗଡ ଠାରେ ଆନେ୍ଦାଳନ କରି କୃଷକ ଗୁଳିମାଡର ଶିାକର ହୋଇଥିଲେ । ୧୯୫୧ରେ ଇଷ୍ଟେଡ ଉଚ୍ଚେଦ କରାଯାଇଥିଲା । ଗଞ୍ଜାମ ଜିଲ୍ଲାର କୃଷକ ମାନଙ୍କ ଲଢୁଆ ମନୋବୃତ୍ତି ଏଥିରୁ ଜଣାପଡେ । ବିଗତ ଦିନରେ ଚାଷିମାନଙ୍କୁ ପ୍ରତାରିତ କରାଯାଇଛି । ଏବେ ଚାଷିମାନେ ଭିନ୍ନ ଭିନ୍ନ ଭାଗରେ ବିଭକ୍ତ ହୋଇ ଆନେ୍ଦାଳନ କରୁଥିବା ଦେଖିବାକୁ ମିଳିଛି । ଋଷିକୁଲ୍ୟା ରଇତ ମହାସଭାର ସଦସ୍ୟାମାନଙ୍କୁ ମନ୍ତ୍ରୀ କହିଥିଲେ ଯେ ଏବେ ସକ୍ରିୟ ହୋଇ ସଚଳ ସଜିବ ସଂଗଠନ କରି ରାଜ ରାସ୍ତାକୁ ଆସ । କୃଷକ ଆନେ୍ଦାଳନ ଏବେ ଧିମା ପଡିଯାଇଛି । ତେଣୁ ଋଷିକୁଲ୍ୟା ରଇତ ମହାସଭା ସଂଗଠିତ ହୋଇ ଚାଷିମାନଙ୍କ ହକ୍ ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ,ରଇତ ମହାସଭା ଚାଷିମାନଙ୍କ ବିଭିନ୍ନ ଦାବୀକୁ ଆନେ୍ଦାଳନ ମାଧ୍ୟମରେ ଉପସ୍ଥାପନ କରିବା ଉଚିତ୍ । ତା ସହିତ ଚାଷୀ କୃଷକ କୃଷୀ ଶ୍ରମିକ ଶ୍ରମିକ ସମସ୍ତଙ୍କୁ ଏକାଠି କରି ମହାସଭା ଆଗକୁ ଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ତା ସହିତ ସେ ଧାନ ପ୍ରୟୋଗ ଉପେରେ ଅସାଧୁ କର୍ମଚାରୀ ଓ ମିଲର ବିରୁଦ୍ଧରେ କାର୍ଯ୍ୟାନୁÂାନ ହେବ । ଏଫ୍ଏ କୁ୍ୟ ମାନରେ ଧାନ କ୍ରୟ କରାଯିବ । ପୂର୍ବରୁ ଓଡିଶାରେ ଚାଉଳ ଅଭାବ ଥିବା ବେଳେ ଏବେ ୧୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ରାଜ୍ୟ ବାହାରକୁ ପଠାଯାଉଛି ଯାହାକି,କୃଷକ ମାନଙ୍କ ଯୋଗୁଁ ସମ୍ଭବ ହୋଇପାରୁଛି । ସମ୍ମାନିତ ଅତିଥୀ ଭାବେ କୃଷି ମତ୍ସ ପଶୁପାଳନ ଓ ଉପଶିକ୍ଷାମନ୍ତ୍ରୀ ଡଃ ଅରୁଣ ସାହୁ ଯୋଗ ଦେଇ ନବୀନ ସରକାର ଚାଷିମାନଙ୍କୁ କାଳିଆ ଯୋଜନା ସହ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ଆଗକୁ ନେଇଛନ୍ତି । ଯାହା ଫଳରେ ୨୦୦୦ ମସିହାରେ ୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ଏବେ ୬୫ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇପାରୁଛି । ସରକାର ଚାଷି ଓ ଭାଗ ଚାଷି ଓ ନାମ ମାତ୍ର ଚାଷିଙ୍କୁ ମଧ୍ୟ ସମସ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିବେ । ସେହିପରି ଓଡିଶାରେ ପୂର୍ବରୁ ୧୬ ଲକ୍ଷ ଅଣ୍ଡା ଉପôାଦନ ହୋଇଥିବା ବେଳେ ଏବେ ୬୫ ଲକ୍ଷ ଅଣ୍ଡା ଉପôାଦନ ହୋଇଛି ଆଗକୁ ଓଡିଶା ସରକାର ସାହାଯ୍ୟ ପ୍ରଦାନ କରି ଅଣ୍ଡାରେ ଓଡିଶାକୁ ବଳକା ରାଜ୍ୟ କରିବେ । ସେହିପରି ଓଡିଶା ଡାଲିରେ ୭ ନମ୍ବର ରାଜ୍ୟ ହୋଇପାରୁଛି ଏବଂ ମାଛ ଚାଷକୁ ପ୍ରତ୍ସାହନ ମିଳିବା ଫଳରେ ୩ହଜାର କୋଟିର ମାଛ ଚାଲାଣ ହୋଇପାରୁଛି । ଏହି ପରିପ୍ରେକ୍ଷୀରେ ଗୋପାଳପୁର ରେ ଥିବା ମାଛ ଧରା ବନ୍ଦରର ଉନ୍ନତି କରାଯିବ ବୋଲି କହିଥିଲେ । କାଳିଆ ଯୋଜନାର ଉପକାରିତା ଉପରେ ସୂଚନା ଦେବା ସହ ଋଷିକୁଲ୍ୟା ରଇତ ମହାସଭାର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମାଟିର ମଣିଷ ନହେଲେ ହୃଦୟର କଥା ଆସିବ ନାହିଁ ତେଣୁ ଗଞ୍ଜାମର ଚାଷିମାନେ ଚାଷ ପାଇଁ ମନୋନିବେଶ କରି ଦେଶର ଉନ୍ନତି କରିବାକୁ ଆହ୍ୱାନ ଦେଇଥିଲେ । ଗଞ୍ଜାମ ଜିଲ୍ଲାରୁ ଏସଏଜି ମହିଳା ପ୍ରଥମେ ସୃÂି ହୋଇଥିଲା । ସେମାନେ ଆଜି ବିଭିନ୍ନ କ୍ଷେତ୍ରରେ ଭାଗ ନେଉଛନ୍ତି । ତା ସହିତ ଚାଷିମାନଙ୍କର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛୀ ବୋଲି କହିଥିଲେ । ଗଞ୍ଜାମ ଜିଲାର ପରିଶ୍ରମୀ ଚାଷିମାନେ ଆଗକୁ ଆସି ଦେଶକୁ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥୀ ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ଋଷିକୁଲ୍ୟା ରଇତ ମହାସଭାର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମହାସଭାର ସଂଯୋଜକ ସିତାରାମ ପାଣିଗ୍ରାହୀ ଧାନ କ୍ରୟ ସମୟରେ ସେଥିରେ ହସ୍ତକ୍ଷେପ କରୁଥିବା ଦଲାଲ୍ ମାନଙ୍କୁ ତାଗିତ୍ କରିବାକୁ କହିଥିଲେ । ପୋଲସରା ବିଧାୟକ ଜିଲ୍ଲା ଯୋଜନା ବୋର୍ଡ କମିଟି ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ନବୀନ ସରକାରଙ୍କ ଚାଷିମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରି ପ୍ରତିବର୍ଷ କୃଷି କର୍ମଣ ପୁରସ୍କାର ପାଇ ଆସୁଛନ୍ତି ବୋଲି କହିଥିଲେ । ଏବେ କୃଷିକୁ ପ୍ରାଧାନ୍ୟ ଦିଆଯାଉଛିା ସରକାରଙ୍କ ଜଳ ସମସ୍ୟା ଦୁର ପାଇଁ ସରକାର କରିଥିବା ବୋର ଯୋଜନାରେ ଚାଷିମାନଙ୍କୁ ସାମିଲ୍ ହେବାକୁ କହିଥିଲେ । ଚାଷୀ ର ଆଦାୟ ଜିନିଷ ଠିକ୍ ଭାବେ ବିକ୍ରି ହେବା ଏବଂ ଧାନର ଅଭାବ ବିକ୍ରି ଦୂର କରିବାକୁ କହିଥିଲେ ।ତା ସହିତ ଚାଷିର ନଗୁତି ଏନଆରଜିଏସ ରୁ ଦେବାକୁ ଅନୁରୋଧ କରିଥିଲେ । ପୂର୍ବତନ ବିଧାୟକ ଅଶୋକ ଚୈ÷ାଧୁରୀ ଯୋଗ ଦେଇଋଷିକୂଲ୍ୟା ନଦୀ ଅବବାହିକାର ଉନ୍ନତି କରି କୃଷିକୁ ବନ୍ୟାଦାଉରୁ ରକ୍ଷା ଜରିବାକୁ କହିଥିଲେ । ଋଷିକୁଲ୍ୟା ରଇତ ମହାସଭାର ସଭାପତି ତ୍ରିନାଥ ବିଶ୍ୱାଳ ଚାଷିମାନେ ଧୋଇ ମରୁଡିକୁ ଖାତିର୍ ନ କରି ଚାଷ କରୁଛନ୍ତି । ତେଣୁ ସେମାନଙ୍କୁ ବୀମା ଠିକ୍ ଭାବେ ଦିଆଯାଉ ଏବଂ ଚାଷିକୁ ବିଭିନ୍ନ ବାବଦର କ୍ଷତିପୂରଣ ମଧ୍ୟ ଦିଆଯାଉ । ପୁର୍ବତନ ବାଚଷ୍ପତି ରାମ ଚନ୍ଦ୍ର ପଣ୍ଡା ଯୋଗ ଦେଇ କହିଥିଲେ ଯେ, ଗଛ ଓ ପରେବେଶ ଧ୍ୱଂସ ହେବାରୁ ବର୍ଷା ହେଉନାହିଁ । ଏଣୁ ବୃକ୍ଷ ରୋପଣକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମବାୟବିତ୍ ସୁଧୀର କୁମାର ରାଉତ,ଶ୍ରମିକ ନେତା ଡଃ. ରାଜେନ୍ଦ୍ର ଦାଶଙ୍କସମେତ ଜିଲ୍ଲାର ବିଭିନ୍ନ ବ୍ଲକ ସଂଯୋଜକ ଏବଂ ଆବାହକ ମାନେ ଯୋଗଦେଇ ଚାଷୀକୂଳର ହିତ ଉପରେ କହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାର ୧ହଜାର ରୁ ଉଦ୍ଧ୍ୱର୍ ବିଭିନ୍ନ ବର୍ଗର ଚାଷୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଋଷିକୁଲ୍ୟା ରଇତ ମହାସଭା ର ସଂପାଦକ ସିମାଞ୍ଚଳ ନାହାକ ଅତିଥୀ ମାନଙ୍କ ପରିଚୟ ପ୍ରଦାନ କରିବା ସହ ଚାଷିମାନଙ୍କର ବିଭିିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ । ତାପରେ ମହାସଭା ପକ୍ଷରୁ ଦୁଇମନ୍ତ୍ରୀଙ୍କସମେତ ସମସ୍ତ ଅତିଥି ମାନଙ୍କୁ ବର୍ଷିୟାନ ଚାଷୀମାନଙ୍କ ଦ୍ୱାରା ଉପଢୈାକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ଶେଷରେ ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ମହାସଭାପକ୍ଷରୁ ସ୍ଥାନୀୟ ସାର୍କିଟ ହାଉସ ଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରରେ ଅତିଥୀମାନଙ୍କୁ ସଭାସ୍ଥଳକୁ ପଛୋଟି ଅଣାଯାଇଥିଲାା