ଗଞ୍ଜାମ ଆଇସିଡିସି ତରଫରୁ ଅନ୍ତଃଜାତୀୟ କନ୍ୟାଦିବସ ପାଳିତ

ଗଞ୍ଜାମ, (ୱାଇଏନ୍ଏସ୍):ଗଞ୍ଜାମ ବ୍ଲକ ସଭା କକ୍ଷ ଠାରେ ଅନ୍ତଃଜାତୀୟ କନ୍ୟା ଦିବସ ରବିବାର ଦିନ ପାଳିତ ହୋଇଯାଇଛି ।ସମନ୍ବିତ ଶିଶୁବିକାଶ ସେବା ପ୍ରକଳ୍ପ , (ଗଞ୍ଜାମ) ଆନୁକୂଲ୍ୟରେ , ଓ ସିଡିପିଓ ସଲୀଳା ପ୍ରଧାନଙ୍କ ତତ୍ୱ।ବଧାନରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ଅତିଥି ରୂପେ ଏବିଡିଓ ଭବାନୀ ଶଙ୍କର ଦାଶ, ଗଞ୍ଜାମ କାର‌୍ୟ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାଶ , ଶିକ୍ଷକ ନିରଞ୍ଜନ ଦାଶ ଯୋଗ ଦେଇ ନାରୀ କେବଳ ଅଲଡ଼ା ନୁହେଁ ବୋଲି କହିବା ସହ ଵିନା ନାରୀରେ ସମାଜ ତିଷ୍ଟି ପାରିବନି ବୋଲି କହିଥିଲେ । କନ୍ୟା ଭ୍ରୁଣ ହତ୍ୟା ରୋକିବା, ବାଲ୍ୟ ଵିଵାହ ରୋକିବା, ପୁଅ ଓ ଝିଅ ସମାନତା ରକ୍ଷାକରିବା, କନ୍ୟା ସନ୍ତାନଙ୍କୁ ସୁରକ୍ଷା ଦେବା ଉପରେ ଆଲୋକପାତ କରିଥିଲେ । ସୁପରଭାଇଜର ଭାରତୀ ବ୍ରହ୍ମା କାର‌୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁପରଭାଇଜର ରାଜେଶ୍ୱରୀ ବେହେରା, ସୁନିତା ଦାଶ କ୍ଲରକଦେବୀ ପ୍ରସାଦ ଦାଶ, ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କିଶୋରବାଳିକାଙ୍କ ସୁରକ୍ଷା ପାଇଁ ଶପଥ ପାଠ କରାଯାଇଥିଲା ପରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଦୁଇ ଜଣ ମାଙ୍କୁ ସମର୍ଦ୍ଧିତ କରାଯାଇଥିଲା ।
ଏହି କାର‌୍ୟ୍ୟକ୍ରମ ରେ କିଶୋରବାଳିକା, ଅଙ୍ଗାନାବାଡ଼ି ଦିଦି, ମହିଳା ସଂଘ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ