ପରିବେଶବିତ୍ ଅଶୋକ ମହାନ୍ତଙ୍କୁ ବିଜୁ ପଟ୍ଟନାୟକ ସମ୍ମାନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ଅଧିନସ୍ଥ ଗୋରୁମହିଷାଣୀ ଅଞ୍ଚଳର ବିଶିଷ୍ଟ ଯୁବ ପରିବେଶବିତ ଅଶୋକ ମହାନ୍ତଙ୍କୁ ବନ ସୁରକ୍ଷା, ବୃକ୍ଷ ରୋପଣ, ବନ୍ୟପ୍ରାଣୀ ସୁରକ୍ଷା , ବିଭିନ୍ନ କ୍ଷେତ୍ରରେ ଜନ ଜାଗରଣ ସୃଷ୍ଟି କରିବା ନେଇ ଆଜୀବନ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଏକ ସମ୍ବର୍ଧନା ଉତ୍ସବରେ ବିଜୁ ପଟ୍ଟନାୟକ ସମ୍ମାନରେ ସମ୍ମାନିତ କରାଯାଇଛି । ମୁଖ୍ୟ ଅତିଥି ବନଖଣ୍ଡ ଅଧିକାରୀ ଡ଼ଃ.ଅରୁଣ ମିଶ୍ର ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ୫୦୦୦ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏ.ସି.ଏଫ ନବୀନ ଚନ୍ଦ୍ର ନାଏକ,ଏ.ସି.ଏଫ ବୈଦ୍ୟନାଥ ମାଝୀ,ଫରେଷ୍ଟର ସତ୍ୟବ୍ରତ ପଟ୍ଟନାୟକ ସମେତ ବହୁ ବନ କର୍ମଚାରୀ ଉପସ୍ଥିତ ରହି ବିଜୁପଟ୍ଟନାୟକ ସମ୍ମାନରେ ସମ୍ମାନିତ ପରିବେଶବିତ୍ ଅଶୋକ ମହାନ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ