ଆର.ଉଦୟଗିରିରେ ଲଗାଣ ବର୍ଷାର ପ୍ରଭାବ ସାଧାରଣ ଜିବନ ହନ୍ତସନ୍ତ
ଆର.ଉଦୟଗିରି,(ଦେବାଶିଷ କାର୍ଜି): ଗଜପତି ଜିଲ୍ଲା ଆର.ଉଦୟଗିରି ସହରରେ ଲଗାଣ ବର୍ଷାର ପ୍ରଭାବ ଯୋଗୁଁ ସାଧାରଣ ଜୀବନ ଉପରେ ସିଧା ସଳଖ ପ୍ରଭାବ ପଡିଛି | ଗତ କାଲି ଠାରୁ ଲଗାଣ ବର୍ଷା ତାର ପ୍ରଭାବ ଜାରି ରଖିଥିବା ହେତୁ ସହର ସାରା ଜଳମଗ୍ନ ଇଲାକା ଭାବେ ପରିଣତ ହୋଇଛି | ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ମାନଙ୍କରେ ଲଘୁଚାପ ଜନିତ ବର୍ଷାର ପ୍ରଭାବ ଯୋଗୁଁ ଗ୍ରାହକ ମାନେ ଆସୁନଥିବା କାରଣରୁ ସହରର ସମସ୍ତ ଦୋକାନ ବଜାର ବନ୍ଦ ସାଙ୍ଗକୁ ରାସ୍ତା ଘାଟ ଖାଁ ଖାଁ ଲାଗୁଛି | ସେପଟେ କଚା ଘରେ ରହୁଥିବା ଅସହାୟ ଲୋକଙ୍କୁ ସୁରକ୍ଷିତ ରହିବା ଲାଗି ବ୍ଲକ ପ୍ରଶାସନ ତରଫରୁ ବାତ୍ୟା ଆଶ୍ରୟ ସ୍ଥଳି ମାନଙ୍କରେ ରଖାଯାଇଛି |


