ଆର୍ଥିକ ଅନ୍ତର୍ଭୁକ୍ତିକରଣ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର,(ଦେବଦତ୍ତ ମହାରଣା): ୧୫ ଦିନିଆ ଆର୍ଥିକ ଅନ୍ତର୍ଭୁକ୍ତିକରଣ ର ସ୍ୱତନ୍ତ୍ର ଦିବସ ଅବସରରେ ଛତ୍ରପୁର ବ୍ଲକ ପକ୍ଷରୁ ଓଡିଶା ଜିବୀକା ମିଶନ ଓ ମିଶନ ଶକ୍ତି ର ମିଳିତ ଆନୁକୁଲ୍ୟରେ ୧୮ ଟି ପଂଚାୟତରେ ଏସଏଚଜି ଗ୍ରୁପ ର ମହିଳାମାନଙ୍କୁ ନେଇ ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜିବିକା ମିଶନ ର ବ୍ଲକ ସଂଯୋଜିକା ମାନିନୀ ଜେନାଙ୍କ ନେତୃତ୍ୱରେ ମହିଳାମାନେ ପଂଚାୟତ ସ୍ତରରେ ଗାଁ କୁ ଗାଁ ବୁଲି ଲୋକଙ୍କୁ ଶୋଭାଯାତ୍ରା ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠିମାନେ ବ୍ୟାଙ୍କ ସହିତ ସଂଯୋଗୀକରଣ କରିବା,ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା,ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା,ଅଟଳ ପେନସନ ଯୋଜନା,ମୁଦ୍ରା ଲୋନ,ରୁପେ କାର୍ଡ,ବ୍ୟକ୍ତିଗତ ସଞ୍ଚୟ ଖାତା ଖୋଲିବା ସମେତ ବିଭିନ୍ନ ଯୋଜନା ଉପରେ ସଚେତନତା କରିଛନ୍ତି । ଏହା ସହିତ ପଂଚାୟତ ସ୍ତରରେ ଏଥିନିମନ୍ତେ ଫର୍ମ ପୂରଣ କାର୍ଯ୍ୟକ୍ରମ ଚାଲୁ ରହିଛି ବୋଲି ସଂଯୋଜିକା ଶ୍ରୀମତି ଶ୍ରୀ ଜେନା ସୂଚନା ଦେଇଛନ୍ତି ।


