ବରଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ଚୋରୀ 

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଥାନା ଅନ୍ତର୍ଗତ ବରଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଲିଙ୍ଗ ଫେନ ଓ ଅନ୍ୟାନ୍ୟ ଆସବାପତ୍ର ଦୁର୍ବୁତ୍ତ ମାନେ ଚୋରୀ କରିଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କେ.ଲକ୍ଷ୍ମୀ ମଙ୍ଗଳବାର ଛତ୍ରପୁର ଥାନାରେ ଏକ ଲିଖିତ ଏତାଲା ଦେଇଛନ୍ତି । ଏତାଲାକୁ ଭିତ୍ତି କରି ଛତ୍ରପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଏହାର ତଦନ୍ତ ଚଳାଇଛି । ସୂଚନାଯୋଗ୍ୟ ଯେ,ରବିବାର ରାତ୍ର ରେ କିଛି ଦୁର୍ବୁତ୍ତ ବିଦ୍ୟାଳୟର ତିନୋଟି ଶ୍ରେଣୀ କକ୍ଷରୁ ତାଲା ଭାଙ୍ଗି ୬ଟି ସିଲିଙ୍ଗ ଫେନ ଓ ଅନ୍ୟାନ୍ୟ ଆସବାପତ୍ର ଚୋରୀ କରିଛନ୍ତି । ସୋମବାର ସକାଳ ୧୦ ଟା ସମୟରେ ବିଦ୍ୟାଳୟକୁ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଲକ୍ଷ୍ମୀ ଆସିବା ପରେ ଏହା ଦେଖିବାକୁ ପାଇଥିଲେ । ପରେ ଏନେଇ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ