କ୍ଲଷ୍ଟର ବିଶ୍ବବିଦ୍ୟାଳୟର ମନମାନି ନିତି ବିରୋଧରେ ତାତିଲେ ଛାତ୍ରଛାତ୍ରୀ

ଛତ୍ରପୁର , (ଯୁଗାବ୍ବ ନ୍ୟୁଜ) : ଆଜି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମନେ କ୍ଲଷ୍ଟର ବିଶ୍ବବିଦ୍ୟାଳୟର ଖାମଖିଆଲି ନିତି ବିରୁଦ୍ଦ୍ଧରରେ ଆନ୍ଦୋଳନକୁ ଓହ୍ଲାଇ କଲେଜକୁ ସଂପୂର୍ଣ୍ଣ ରୁପେ ବନ୍ଦ କରି ମୂଖ୍ୟ ଫାଟକରେ ତାଲାପକାଇ କଲେଜର ସାମ୍ନା ଗେଟରେ ଛାତ୍ରଛାତ୍ରୀ ମାନେ ଧାରାଣାରେ ବସିଥିଲେ । ସମସ୍ୟା ପ୍ରତି ଅଣଦେଖା ବିରୋଧରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ସ୍ଥଗିତକରିବା ପାଇଁ ଏହା ଫଳରେ କଲେଜ ସଂପୂର୍ଣ୍ଣ ରୁପରେ ବନ୍ଦ ରହିଥିଲା । କଲେଜ ଅଧ୍ୟକ୍ଷା ବହୁତ ବୁଝାସୁଝା କରିବା ପରେ ମଧୟ ଆନ୍ଦଳନରୁ ଓହରି ନଥିଲେ । ଯାହା ଫଳରେ ପୋଲିସ ପହଞ୍ଚି ଆନ୍ଦୋଳନ କୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ଛାତ୍ର ପ୍ରତିନିଧି ମାନେ ତଥାପି ଅହରି ନଥିଲେ ଶେଷରେ ବିଶ୍ବବିଦ୍ୟାଳୟର ପରୀକ୍ଷା କଣ୍ଟ୍ରୋଲର ଫୋନ ଯୋଗେ ଛାତ୍ର ପ୍ରତିନିଧି ମାନଙ୍କ ସହିତ କଥାବାର୍ତ୍ତା କରି ଆଶ୍ୱାସନା ଦେଇ ଆସନ୍ତା କାଲି ଆଲୋଚନା କରିବା ସକାଶେ ବିଶ୍ବବିଦ୍ୟାଳୟ ଡାକିଥିବାରୁ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନରୁ ଓହରି ଥିଲେ । ଅଭିଯୋଗନୁଯାୟୀ ଯେ ୨୦୧୫ ବର୍ଷରେ ଛତ୍ରପୁର ବିଞ୍ଜାନ ମହାବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଠାରୁ ପୃଥକ କରି କ୍ଲଷ୍ଟର ବିଶ୍ବବିଦ୍ୟାଳୟ ଘୋଷାଣ ହେବ ଠାରୁ ଛାତ୍ରଛାତ୍ରୀ ମାନେ ନାନା ସମସ୍ୟାରେ ପେଶି ହେଉଛନ୍ତି ବୋଲି ଅଭିଯୋଗ ବାଢିଛନ୍ତି ଏବଂ ବିଭିନ୍ନ ସମସ୍ୟା ବାରମ୍ବାର ଅଭିଯୋଗ କରାଯାଇଛି ଏହି ଛତ୍ରପୁର ମହାବିଦ୍ୟାଳୟକୁ କ୍ଲଷ୍ଟର ବିଶ୍ବବିଦ୍ୟାଳୟ କୌଣସିବି ସମସ୍ୟାକୁ ଗାମ୍ଭୀର‌୍ୟ୍ୟଭାବେ ଯମାରୁ ନେଉନାହିଁ ବୋଲି ବିଷୋଦଗାର କରିଛନ୍ତି। ଏଥିପାଇଁ ଆଜି ଛାତ୍ରଛାତ୍ରୀ ମାନେ ଆମକୁ ପୂର୍ବଭଳି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆଧିନରେ ରଖାଯାଉ ବୋଲି ସ୍ଲୋଗାନବାଜି ମଧ୍ୟ କରି କ୍ଲଷ୍ଟର ଅଧିନରେ ଦୀର୍ଘଦିନ ହେଲା କୌଣସି ପ୍ରକାର ମଧ୍ୟ ବିକାଶ ନହୋଇ କେବଳ ଛାତ୍ରଛାତ୍ରୀ ମାନଙ୍କ ବିନାଶ ହିଁ ବଢିଚାଲିଛି ବୋଲି ଅଭିଯୋଗ ବାଢିଛନ୍ତି । ଏବଂ କ୍ଲଷ୍ଟର ବିଶ୍ବବିଦ୍ୟାଳୟ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ । ଦାବିଗୁଡିକ ମଧ୍ୟରୁ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ଠିକ ସମୟରେ ନ ହେବା ଓ ଅନ୍ୟ ଶିଲାବସରୁ ପ୍ରଶ୍ନପତ୍ର ଆସିବା ସେମିଷ୍ଟାର ରେଜଲ୍ଟ ଠିକ୍ ସମୟରେ ନ ବାହାରିବା ତ୍ରୁଟିପୂର୍ଣ୍ଣ ଭାବେ ମାର୍କଦେବା ଯୁକ୍ତ ତିନି ସରିବା ପରେ ମଧ୍ୟ ବେକ୍ ପେପର ମାନଙ୍କ ରିଜଲ୍ଡ ନବାହାରି ଏହି କାରଣ କ୍ଲଷ୍ଟର ବିଶ୍ବବିଦ୍ୟାଳୟର ଖାମଖିଆଲି ନିତି ଯୋଗୁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହେଇଯାଉଛି ବୋଲି ଅଭିଯୋଗ ବାଢିଛନ୍ତି ।
ଏହି ଆନ୍ଦୋଳନରେ ଆଜି ଛାତ୍ରନେତା ମହେଶ ଗୌଡ, ଞ୍ଜାନ ରଞ୍ଜନ ସାହୁ, ତାପସ ରଥ, ଅନିଲ ରାଉଳ, ଚିଦାନନ୍ଦ ପ୍ରଧାନ, ପି. ୟାମିନି ରେଡି , ଶିବାନୀ ନାହାକ, ପ୍ରିୟଙ୍କା ସାହୁ,ଲକ୍ଷ୍ମୀ ସାହୁ ରୋହନ ଗୌଡ, ଅନ୍ତର‌୍ୟ୍ୟାମୀ ପ୍ରଧାନ, ଅମିତ ପୋଲେଇ ,ପ୍ରଦିପ ନାହାକ, ସୁନିଲ ରାଉଳ, ଲିଙ୍ଗରାଜ ରେଡି,ଏନ୍ ଦୁଷ୍ମନ୍ତ ରାଓ, ସୁବ୍ରତ ଶତପଥୀ, ଜ୍ୟୋତିର୍ମୟୀ ଶତପଥୀ, ସଞ୍ଜୀବ ସ୍ବାଇଁ, ଦେବାଶିଷ ବେହେରା ପ୍ରମୁଖ ଆନ୍ଦୋଳନକୁ ନେତୃତ୍ବ ନେଇ ଧାରଣାରେ ବସିଥିଲେ କଲେଜ ଅଧ୍ୟକ୍ଷା ଆଉ ବିଶ୍ବବିଦ୍ୟାଳୟର ପରୀକ୍ଷା କଣ୍ଟ୍ରୋଲରଙ୍କ ପ୍ରତିଶୃତି ପରେ ଧାରଣକୁ ପ୍ରତ୍ୟାହାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ