ଆମ ଅଞ୍ଚଳରେ  କୋଭିଡ୍ ଶବ ସତ୍କାର କରିବାକୁ ଦେବୁନି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ ବୁଧବାର ଜଣେ ବ୍ୟକ୍ତିଙ୍କ ଶବ ସତ୍କାରକୁ ମାଝୀପଡ଼ା ଗ୍ରାମବାସୀ ମାନେ ବିରୋଧ କରିଛନ୍ତି । ମୃତ ବ୍ୟକ୍ତି ଜଣକ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହରେ ତାଙ୍କ ଶବକୁ ମାଝୀପଡ଼ା ଜଙ୍ଗଲର ଘାଟି ଜାଗାରେ ସତ୍କାର କରିବା ପାଇଁ ପରିବାର ଲୋକ ଏବଂ ପ୍ରଶାସନ ତରଫରୁ ଆମ୍ବୁଲାନ୍ସ ଯୋଗେ ଶବକୁ ନିଆଯାଇଥିଲା। ହେଲେ ସେଠାରେ ଗ୍ରାମବାସୀମାନେ ଶବ ସତ୍କାରକୁ ବିରୋଧ କରିଥିଲେ।ଘଟଣା ସ୍ଥଳରେ ଅପ୍ରୀତିକିର ପରିସ୍ଥିତି ସୃଷ୍ଟି ହେବାରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ  ଏବଂ ତହସିଲଦାର ସେଠାରେ ପହଞ୍ଚି ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିଥିଲେ। ପରେ ସେହି ଜାଗାରେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି ।ସୂଚନା ଅନୁସାରେ ଫିରିଙ୍ଗିଆର କୌଣସି ଲୋକ କୋଭିଡରେ ମୃତ୍ୟୁବରଣ କଲେ ସେମାନଙ୍କ ଶବ ସତ୍କାର କରିବା ପାଇଁ ମାଝୀପଡ଼ା ଜଙ୍ଗଲର ଘାଟି ଜାଗାକୁ ଫିରିଙ୍ଗିଆ ବ୍ଲକ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି । ତେଣୁ ମୃତ ବ୍ୟକ୍ତିଙ୍କ ଶବକୁ ସେହି ଜାଗାରେ ସତ୍କାର କରିବା ପାଇଁ ନିଆଯାଇଥିଲା।କିନ୍ତୁ ଗ୍ରାମବାସୀ ମାନଙ୍କ କହିବା ଅନୁସାରେ ଫିରିଙ୍ଗିଆ ତହସିଲଦାର ସେହି ଜାଗାକୁ ଶବ ସତ୍କାର କରିବା ପାଇଁ ଚିହ୍ନଟ କରିଥିବା ଗ୍ରାମବାସୀଙ୍କ ଅଜାଣତରେ ହୋଇଛି । ସେହି ଜାଗା ନିକଟରେ ପ୍ଲାଣ୍ଟେସନ୍‌ ହେବା ସହିତ ଗ୍ରାମବାସୀ ମାନେ ମଧ୍ୟ ବିଭିନ୍ନ ସମୟରେ ସେହି ଜଙ୍ଗଲକୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବା ଯାଇଥାନ୍ତି ।  ସେହି ଜାଗା ନିକଟ ଦେଇ ଏକ ଝରଣା ପାଣି ମଧ୍ୟ ପ୍ରବାହିତ ହେଉଛି । ଗ୍ରାମବାସୀମାନେ ସେହି ଝରଣା ପାଣିକୁ ବ୍ୟବହାର କରୁଛନ୍ତି। ଏଭଳି ପରିସ୍ଥିତିରେ ଯଦି ସେହି ଜାଗାରେ କୋଭିଡରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବ ସତ୍କାର କରାଯାଏ ତେବେ ଗ୍ରାମବାସୀ ମାନେ କୋଭିଡରେ ଆକ୍ରାନ୍ତ ହୋଇପାରନ୍ତି। ତେଣୁ ପ୍ରଶାସନ ପକ୍ଷରୁ ସେହି ଜାଗାକୁ ଛାଡ଼ି ଅନ୍ୟ ଜାଗାରେ ଶବ ସତ୍କାର ପାଇଁ ଚିହ୍ନଟ କରାଯାଉ ବୋଲି ଗ୍ରାମବାସୀ ମାନେ ଦାବି କରିଥିଲେ । ତେବେ ଗ୍ରାମବାସୀ ମାନଙ୍କୁ ଫିରିଙ୍ଗିଆ IIC ଏବଂ ତହସିଲଦାର ବୁଝାସୁଝା କରିବା ପରେ, ସେଠାରେ ଶବ ସତ୍କାର କରିବା ପାଇଁ ଗ୍ରାମବାସୀ ମାନେ ରାଜି ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ