ଛତାବର ଅଞ୍ଚଳରେ ବ୍ୟାପକ ଚୋରାକାରବାର ବୃଦ୍ଧି

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ ଛତାବର ଠାରେ ଦୈନନ୍ଦିନ ଚୋରାକାରବାର ବୃଦ୍ଧିପାଉଥିବା ଅଭିଯୋଗ ହେଉଛି । ସେଠାରେ ଗଢିଉଠିଥିବା ଢ଼ାବା ଗୁଡିକ ମଧ୍ୟରୁ ଅଧାରୁ ଅଧିକ ରାତିବେଳା ଚୋରା ମଦ ବ୍ୟବସାୟ କରୁଥିବା ଜଣାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଛତାବର ଓ ତାହାର ଆଖପାଖ ଅଞ୍ଚଳ , ରାଜପଥ ପାଶ୍ୱର୍ରେ ଥିବା ବନ୍ଦ କୋଠରୀ ଓ କେବିନ ଗୁଡିକରେ ଡିଜେଲ ଓ ଚୋରା କିରୋସିନି ବେପାର ଦୃତଗତିରେ ବଢିବାରେ ଲାଗିଛି । ଚୋରାବେପାରୀ ମାନେ ସ୍ଥାନୀୟ କିରୋସିନି ଡିଲରଙ୍କ ଠାରୁ ତେଲ କ୍ରୟ କରୁଥିବାବେଳେ ରାଜପଥରେ ଯାଉଥିବା ବିଭିନ୍ନ ମାଲବାହୀ ଗାଡିକୁ ବିକ୍ରୟ କରୁଥିବା ଜଣାପଡିଛି । ଏହାଛଡା ଡିଜେଲ ଅପମିଶ୍ରଣ ମଧ୍ୟ ଏହିଠାରେ ହେଉଥିବା ଜଣାପଡୁଛି । ସ୍ଥାନୀୟ ଡିଲରଙ୍କୁ ଛାଡିଦେଲେ କେନ୍ଦୁଝର ଓ ଯାଜପୁର ଜିଲ୍ଲାରୁ ଏଠାକୁ ଶହଶହ ଲିଟର ଚୋରା କିରୋସିନି ଆସୁଛି । ଗତ ଦୁଇମାସ ପୂର୍ବରୁ ଏସଟିଏଫର ଏକ ଟିମ ଉକ୍ତ ଅଞ୍ଚଳରେ ଚଢାଉ କରି ବ୍ୟାପକ ପରିମାଣରେ କିରୋସିନି ଜବତ କରିବା ଘଟଣା ଚୋରା ବେପାରର ଚିତ୍ରକୁ ସ୍ପଷ୍ଟ କରିଥିଲା । ଯୋଗାଣ ବିଭାଗ ଓ ପୁଲିସ ନିକଟରେ ଏନେଇ ଆପତ୍ତି ଅଭିଯୋଗ ହେଉଥିଲେ ସୁଦ୍ଧା ବେପାର କିନ୍ତୁ ପୂର୍ବଭଳି ଚାଲୁ ରହିଛି । ଛତାବର ଅଞ୍ଚଳକୁ ଛାଡିଦେଲେ ଡାହାଲା, ଆଖୁଆପଦା, ପୁରିପଡା ପ୍ରମୁଖ ସ୍ଥାନ ମାନଙ୍କରେ ଚୋରା ତେଲ ବେପାର ସହିତ ହୋଟେଲ ଗୁଡିକରେ ବ୍ୟାପକ ପରିମାଣରେ ବେଆଇନ ମଦ ବିକ୍ରୟ ହେଉଥିବା ସୂଚନା ଦିଆଯାଇଛି । ଉକ୍ତ ସମସ୍ତ ବେଆଇନ ବେପାର ବର୍ଷବର୍ଷ ଧରି ଚାଲୁଥିବାବେଳେ ପ୍ରଶାସନ ପକ୍ଷରୁ ସେଭଳି ଦୃଢ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ବୃଦ୍ଧିଜିବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ