ମହାନ ବୈଜ୍ଞାନିକ ଓ ମିସାଇଲ ମେନ ଏ.ପି.ଜି ଡଃ ଅବଦୁଲ କଲାମ ଙ୍କ ଜନ୍ମ ଜୟନ୍ତୀ ଓ ବିଶ୍ୱ ଛାତ୍ର ଦିବସ ପାଳିତ

ଶେରଗଡ଼, (ବିଭୁ ପ୍ରସାଦ ଦାସ) : ଆଜି ଟ୍ରୀ ଫାଉଣ୍ଡେସନ, ଶେରଗଡ଼ ଓ ବିଜୁ ପଟ୍ଟନାୟକ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ସମନ୍ୱୟ ରେ ମହାନ ବୈଜ୍ଞାନିକ ମହାମାନବ, ମିସାଇଲ ମ୍ୟାନ ଡ଼. ଏ. ପି. ଜେ. ଅବଦୁଲ କଲାମ ଙ୍କ ଜନ୍ମ ଜୟନ୍ତୀ ଏବଂ ବିଶ୍ୱ ଛାତ୍ର ଦିବସ ପାଳିତ ହୋଇଯାଇଛି l ଫାଉଣ୍ଡେସନ ର ସମ୍ପାଦକ ନିରାକାର ବିଷୋୟୀ ଦୀପ ପ୍ରଜ୍ୱଳନ କରି କଲାମଙ୍କ ଆଦର୍ଶ କୁ ପାଥେୟ କରି ପ୍ରତ୍ୟକ ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ନିଜକୁ ଏକ ମେଳାପୀ, ସ୍ନେହ ବତ୍ସଳ ବ୍ୟକ୍ତିତ୍ୱ ରେ ଗଢି ତୋଳିବାକୁ ହେବ ବୋଲି ଉଦବୋଧନ ଦେଇଥିଲେ l ବିଜୁ ପଟ୍ଟନାୟକ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ର ଅଧକ୍ଷ ତଥା ଟ୍ରୀ ଫାଉଣ୍ଡେସନ ର ସଭାପତି ଶ୍ରୀ ଗୌରହରି ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କଲାମ ଙ୍କ ଜୀବନୀ ଉପସ୍ଥାପନ କରିବା ସହ ଓ ସମସ୍ତ ବ୍ୟକ୍ତିତ୍ୱ କୁ ଭଲପାଇ ଶାନ୍ତି -ମୈତ୍ରୀ ର ସମ୍ପର୍କ ଗଢି ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ନିମିତ୍ତ ପ୍ରେରଣା ଦେଇଥିଲେ | ଅଧ୍ୟାପକ ଶ୍ରୀ ରଞ୍ଜନ କୁମାର ସାହୁ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିବା ସହ ଏକ ଆଦର୍ଶ ଓ ବହୁ ମୂଲ୍ୟବାନ ବ୍ୟକ୍ତିତ୍ୱ କୁ ନିଜ ସମ୍ଭାଷଣ ରେ ରଖି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ବାପୁନି ପଣ୍ଡା, ଆଦିତ୍ୟ ନାରାୟଣ ମହାରଣା, ସୁଲତା ପାଢ଼ୀ, ମିନତୀ ଗୌଡ଼, ଅଧ୍ୟାପିକା ମିନାକ୍ଷୀ, ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ପଣ୍ଡା, ଅଧ୍ୟାପକ ନୀଳମାଧଵ ପାଣିଗ୍ରାହୀଏବଂ ପ୍ରଦୋଷ କୁମାର ହୋତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ