ବାଦପଲ୍ଲୀ ଗ୍ରାମର ସ୍ମଶାନ ଜମିକୁ ଜବର ଦଖଲ ଅଭିଯୋଗ ନେଇ  ଗଞ୍ଜାମ ଏସପି ଙ୍କୁ ଭେଟିଲେ ଏକ ପ୍ରତିନିଧି ଦଳ

ଛତ୍ରପୁର,(ଦେବଦତ୍ତ ମହାରଣା): ଗଞ୍ଜାମ ତହସିଲ ରମ୍ଭା ଥାନା ଗଞ୍ଜାମ ବ୍ଲକ ର ସୁବଳୟା ପଞ୍ଚାୟତ ଅଧିନସ୍ଥ ବାଦପଲ୍ଲୀ ଗ୍ରାମରେ ରହିଥିବା ସ୍ମଶାନ ଜମିକୁ ଜବର ଦଖଲ କରିବା ସହ ଗ୍ରାମବାସୀ ଙ୍କୁ ଦବଙ୍ଗ ଗିରି ଦେଖାଇ ସେଠାରେ ଗୃହ ନିର୍ମାଣ କରାଯାଉଥିବା ନେଇ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କୁ ଭେଟିଲେ ଏକ ପ୍ରତିନିଧି ଦଳ। ୧୫ ନମ୍ବର ଜିଲ୍ଲାପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ  ତଥା ଦଳିତ ନେତା କୀର୍ତ୍ତନ ଦାସ,ଦଳିତ ସମ୍ପ୍ରଦାୟ ନେତା ଭୀମସେନ ବେହେରା,ଲକ୍ଷ୍ମୀ ଚରଣ ପାହାନ ପ୍ରମୁଖ ଏକ ପ୍ରତିନିଧି ଦଳ ଗଞ୍ଜାମ ଏସପି ଶ୍ରୀ ରାଏଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ଗରିବ ଦଳିତ ସମାଜ ପ୍ରତି ଉପଯୁକ୍ତ ନ୍ୟାୟ ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତି। ଏନେଇ ଗତ ଗୁରବାର ଦିନ ଗ୍ରାମବାସୀ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ  ଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି।ଏଚ . ବୁରୁଡ଼ି ରାଜସ୍ୱ ନିରୀକ୍ଷକ ମୌଜା ଖାତା ନମ୍ବର ୧୧୫,ପ୍ଲଟ ନମ୍ବର:୨୦୬୧ ସମ୍ପୃକ୍ତ ଏରିଆ ୦.୭୬୦ ଡେସିମିଲି  ଝାଉଁବଣ ଅଧିନସ୍ଥ ହରିଜନ ସମ୍ପ୍ରଦାୟର ସ୍ମଶାନ ଜମିଟିକୁ ଖଣ୍ଡଦେଉଳି ପଞ୍ଚାୟତ ର ବାଗଲପୁର ଗ୍ରାମର  ଜୈନକ ବ୍ୟକ୍ତି ଜୋର ଜବରଦସ୍ତ ସେହି ସ୍ଥାନରେ ଗୃହ ନିର୍ମାଣ କରିବା ସହ ଗ୍ରାମବାସୀ ବିରୋଧ କଲେ ଜୀବନରେ ମାରିଦେବାକୁ ଧମକ ଦେବାସହ ଜାତିଆଣ ଆକ୍ଷେପ କରି ଅଭଦ୍ର ଭାଷା ପ୍ରୟୋଗ କରି ଗାଳି ଗୁଳଜ କରୁଥିବା ଅଭିଯୋଗ ପତ୍ର ଉଲ୍ଲେଖ ରହିଛି।ସୂଚନା ଥାଉକି,ଏନେଇ ପୂର୍ବରୁ ଜିଲ୍ଲାପାଳ ଠାରୁ ଆରମ୍ଭ କରି ଉପଜିଲ୍ଲାପାଳ,ତହସିଲଦାର ପ୍ରମୁଖ ଙ୍କୁ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଜମି ମାଫିଆ ଙ୍କ ଲୋଲୁପ ଦୃଷ୍ଟି ଉକ୍ତ ସ୍ମଶାନ ଜମିରେ ପଡିବା ଫଳରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ସ୍ଥାନଙ୍କୁ ନେଇ ଗ୍ରାମବାସୀ ପୂର୍ବରୁ ଉଚ୍ଚ ନ୍ୟାୟାଳୟରେ ଏ ନେଇ ଅଭିଯୋଗ କରିଥିବା ବେଳେ ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ବିଚାରାଧୀନ ରହିଥିବା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୀର୍ତ୍ତନ ଦାସ ଗଣମାଧ୍ୟମକୁ କହିଛନ୍ତି।ଯାହାର କେଶ ନମ୍ବର ଡବ୍ଲ୍ୟୁ.ପି(ସି)ପିଆଇଏଲ ନମ୍ବର .୧୫୯୬୮ ଅଫ ୨୦୧୬ ଅଟେ ବୋଲି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି। ଦେଶ ସ୍ବାଧୀନତା ପୂର୍ବରୁ ପୁରୁଷାନୁକ୍ରମେ ଉକ୍ତ ଗ୍ରାମର ଦଳିତ ସମ୍ପ୍ରଦାୟର  ଲୋକେ ସ୍ମଶାନ ଭାବେ ବ୍ୟବହାର କରି ଆସୁଛନ୍ତି। ଜମି ମାଫିଆ ମାନେ  ସେଠାରେ ପ୍ଲଟିଙ୍ଗ କରି  ଉକ୍ତ ଜମିକୁ ରଫାଦଫା କରି ନିଜ ଅକ୍ତିଆର କୁ ନେବାକୁ ଚେଷ୍ଟା କରି ଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ