ବିଦ୍ୟାଳୟ ମିଶ୍ରଣ ନ କରିବାକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ଗ୍ରାମବାସୀ ମାନେ ଶୁକ୍ରବାର ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନେ ଏହି ସ୍ମାରକ ପତ୍ରରେ ଦର୍ଶାଇଛନ୍ତି ଯେ ଆମ ଗ୍ରାମରେ ଦୀର୍ଘ ୧୫ବର୍ଷ ହେଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ବଳଭଦ୍ରପୁର ନିଜସ୍ୱ ଗୃହ ନଥିବାରୁ ତାହା ଗଙ୍ଗାପୁର କୋଠ ଘରେ ପିଲାମାନଙ୍କୁ ଶିକ୍ଷା ଦାନ କରାଯାଉଛି । ବର୍ତ୍ତମାନ ତାହାର ନିଜସ୍ୱ ଗୃହ ତିଆରି ହୋଇସାରିଲାଣି । ଆମ ବିଦ୍ୟାଳୟରେ ବର୍ତ୍ତମାନ ୩୦ଜଣ ପିଲା ପଢୁଛନ୍ତି । ଆମେ ଶୁଣିବାକୁ ପାଇଲୁଯେ ଆମ ବିଦ୍ୟାଳୟ ଟି ଗଙ୍ଗାପୁର ଉଚ୍ଚ ବିଦ୍ୟାଳୟରେ ମିଶିବାକୁ ଯାଉଛି । ଏହାଫଳରେ ଛୋଟ କୁନି ଛୁଆ ମାନେ ସେଠାକୁ ଯିବ ଅସୁବିଧା ହେବ । ରାସ୍ତା ପାର ହୋଇଗଲା ବେଳେ ଦୁର୍ଘଟଣା ହେବାର ସମ୍ଭାବନା ରହୁଛି । ଏହାସହିତ ଆମେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି କରିବୁ । ତେଣୁ ବିଦ୍ୟାଳୟ ଟି ମିଶ୍ରଣ ନକରି ବିଦ୍ୟାଳୟଟିକୁ ସ୍ୱତନ୍ତ୍ର ଭାବେ ରଖିଲେ ଆମେ ଉପକୃତ ହେବୁ । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ନାରାୟଣ ସାମଲ , ପୋଟଲାମପୁର ସମିତି ସଭ୍ୟା ବନ୍ଦନା କୁମାରୀ ନାହାକ, ନୀରଜଂନ ପ୍ରଧାନ, ଟୁନା ନାହାକ , କାଳିଆ ନାହାକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ