ଗୋପାଳପୁର ସ୍କୁଲରେ ଶାନ୍ତିଶୃଙ୍ଖଳାର ସହ ଏସ.ଏମ.ସି କମିଟି ଗଠନ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ବହୁ ଛକାପଞ୍ଝା ଭିତରେ ଆଜି ଗୋପାଳପୁର ସ୍କୁଲର ପରିଚାଳନା କମିଟି ଶାନ୍ତି ଶୃଙ୍ଖଳାର ସହ ଗଠିତ ହୋଇଯାଇଛି । ଏଥିପାଇଁ ସ୍କୁଲ ପରିସରଟି ଆଜି ଲୋକାରଣ୍ୟ ହୋଇ ଉଠିଥିଲା । ନାରାୟଣ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ସିଆରସିସି ଅକ୍ଷୟ କୁମାର ଖଟୁଆଙ୍କ ଉପସ୍ଥିତିରେ ଶିଶିର କୁମାର ମହାନ୍ତି, ବିଦ୍ୟାଧର ଜେନା, ସ୍ୱାଗତିକା ବାରିକ, ଯଶୋବନ୍ତ ବଳବନ୍ତ ରାଉତ, ସସ୍ମିତା ଜେନା, ଶରତ ବେହେରା, ସୁନେଇ ମଢ଼େଇ, ମିନତୀ ମହାକୁଡ, ନରେଶ ସାହୁ, ଦମୟନ୍ତି ପାତ୍ର, କବିତା ନାୟକ, ଅନିରୁଦ୍ଧ ନାୟକ ପ୍ରମୁଖ ୧୨ଜଣ ସଦସ୍ୟ ସ୍କୁଲ ପରିଚାଳନା କମିଟିକୁ ମନୋନୀତ ହୋଇଥିଲେ । ଏହି ସଭାରେ ଗୋପଳପୁର, ଚୋରଗଡିଆ, ଘୋଷରାପଦା, ଭାତକରୁଆ, ରଗୁଡି, ପଣସଡିଆ, ମହ୍ଲାରପଦା, କାଠିଆସରା, ଡଙ୍କିଆ, ବାରାଗଡିଆ, ବାହିଆ ବାରଦଣ୍ଡା, ସରେଇ ସାହି ପ୍ରଭୃତି ଗ୍ରାମର ଶତାଧିକ ଅଭିଭାବକ ଉପସ୍ଥିତ ରହି ପରିଚାଳନା କମିଟି ଗଠନରେ ଅଂଶ ଗ୍ରହଣ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶତୃଘ୍ନ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।