ଚୋରା ବାଘ ଚମଡ଼ା ମାମଲାରେ ଗିରଫ, ଜଣେ ଫେରାର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ରେଞ୍ଜରେ ସେପ୍ଟେମ୍ବର ୩ ସହ ତାରିଖରେ କଟାସ ଗ୍ରାମରେ କଲରାପତିରିଆ ବାଘ ଚମଡ଼ାର ସୌଦା ଚାଲୁଥିବା ବେଳେ ବନବିଭାଗ ଖବର ପାଇ ଅତର୍କିତ ଚଢ଼ାଉ କରି ଘଟଣା ସ୍ଥଳରେ ବାଘ ଚମଡ଼ା ଜବତ କରିବା ସହ ଜଣକୁ ଗିରଫ କରିଥିବା ଦୁଇ ଜଣ ଫେରାର ହୋଇଥିଲେ । ଗତକାଲି ସେହି ଦୁଇ ଜଣଙ୍କୁ ବନ ବିଭାଗ ଗିରଫ କରିଥିଲା । ସେମାନେ ହେଲେ ଶିମିଳିପାଳ ଅଭୟାରଣ୍ୟର ବରେହିପାଣି ଅନ୍ତର୍ଗତ ବସିଆ ଗ୍ରାମର ଲବୟ ପୂର୍ତ୍ତି ଏବଂ ମଣଦା ଫାଣ୍ଡି ଅନ୍ତର୍ଗତ ଖେଜୁରିଆ ଗ୍ରାମର ପାର୍ଥ ନାଏକ । ଦୁଇ ଜଣଙ୍କୁ ମଣଦା ବନ ବିଭାଗ କର୍ମଚାରୀ ମଣଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଜି ଆଣିଥିଲା ବେଳେ ପାଣିପାଗ ଦେଖି ଲବୟ ପୂର୍ତ୍ତି ଫେରାର ହୋଇଯାଇଥିଲା । ବନ ବିଭାଗ ଖୋଜି ଖୋଜି ନୟାନ୍ତ ହୋଇଯାଇଛି । ପାର୍ଥ ନାଏକ କୁ କୋର୍ଟ ଚାଲାଣ କରିଛି ।