କୋଭିଡ ନିୟମ ଅନୁଯାୟୀ ପୁଜା ପାଇବେ ମା’
ଜୟପୁର,(ଓ୍ବାଇଏନ୍ଏସ୍):ଜୟପୁର ରାଜାନହର ନିକଟରେ ହୋଉଥିବା ଦୁର୍ଗା ପୁଜା ହେଉଛି ଅନ୍ୟତମ । ରଜରାଜୁଡା ଅମଳ ରୁ ରଜାନହର ମଧ୍ୟରେ ଥିବା କନକ ଦୁର୍ଗା ମନ୍ଦିରରେ ରାଜାଙ୍କ ପରିବାର ବର୍ଗ ଙ୍କ ଦ୍ୱାରା ଦଶହରା ପାଳନ କରାଯାଉ ଥିଲା । ଚଳିତ ବର୍ଷ କୋଭିଡ -୧୯ ନିୟମ ଅନୁଯାୟୀ ଦୁର୍ଗାପୁଜା ପାଳିତ ହେଇଛି । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ୪ ଫୁଟର ମୃଣୟ ମୁତ୍ତି କରାଯାଇ ପୁଜା କରାଯାଇଛି । ମଣ୍ଡପ ୩ ପଟେ ବନ୍ଦ କରାଯାଇ ପୁଜା କରାଯାଇଛି । ୭ ଜଣ ସେବାୟତ ମଧ୍ୟରେ ହିଁ ସମିତି ରହିଛି । ଭକ୍ତ ଙ୍କୁ ଦର୍ଶନ ମାନା ହୋଇଛି । ଚଳିତ ବର୍ଷ କୋଭିଡ ନିମୟ ଅନୁଯାୟୀ ନିତି କାନ୍ତିରେ ସମାପନ ହେବ ବୋଲି କମିଟି ସୁଚନା ଦେଇଥିବା ବେଳେ ସେହି ମହା ଆଳତି, ଭୋଗ ପାଇବାରୁ ଭକ୍ତ ବଞ୍ଚିତ ହେବେ ବୋଲି ଜଣାଯାଇଛି । ବିନା ଜାକ ଜକମ, ଆକର୍ଷଣିୟ , ଲାଇଟ, ମେଢ କିଛି କରାଯାଇ ନଥିବାରୁ ଭକ୍ତ ମଧ୍ୟ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ଚଳିତ ବର୍ଷ ନବରାତ୍ର ୮ ଦିନ ପଡୁଥିବାରୁ ୮ ଦିନ ମୃଣୟ ମୁତ୍ତି ପୁଜା ପାଇବେ ।


