ଗଂଜେଇ ସହ ମେକ୍ସ ପିକଅପ ଜବତ

ଜୟପୁର,(ଓ୍ବାଇଏନ୍ଏସ୍): ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ   ଅଞ୍ଚଳ ରୁ ଛତିଶଗଡ  ଚାଲାଣ ବେଳେ  ମାଛକୁଣ୍ଡ  ପୋଲିସ ହାତରେ ଧରା ପଡିଛି  ବିପୁଳ ଗଞ୍ଜେଇ ।  କୋରାପୁଟ  ଏସ ପି ଙ୍କ ନିର୍ଦେଶ କ୍ରମେ ବିଶେଷ ସୂତ୍ର ରୁ ଖବର ପାଇଥିଲା ମାଛକୁଣ୍ଡ ପୋଲିସ । ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ରୁ ମାଛକୁଣ୍ଡ ଡି.ଡ୍ୟାମ ଦେଇ ଏକ ଗଞ୍ଜେଇ ବୋଝେଇ ପିକପ ଭ୍ୟାନ ଯାଉଥିବା ନେଇ ଖବର ପାଇଥିଲେ । ନନ୍ଦପୁର ଏସଡ଼ିପିଓ , ମାଛକୁଣ୍ଡ ଥାନା ଅଧିକାରୀ ,ଲମତାପୁଟ ଫାଣ୍ଡିଅଧିକାରୀ ଏବଂ ଜୋଲାପୁଟ ଫାଣ୍ଡି ଅଧିକାରୀ ମିଳିତ ୪ ଜଣିଆ ଟିମ ଗଠନ କରି    ମଟାମ ପୁଟ ଗ୍ରାମ ନିକଟ ରେ ନାକାବନ୍ଦୀ କରିଥିଲେ । ସୂଚନା ଅନୁଯାଇ ଦ୍ରୁତ ଗତିରେ ଏକ ନମ୍ବର ବିହୀନ ମେକ୍ସ ପିକଅପ ଆସୁଥିବା ଦେଖି ପୋଲିସ ଅଟକାଇ ଥିଲା । ଘନ କୁହୁଡିର ସୁଯଗ ନେଇ  ଗାଡି ଛାଡି ଗାଡି ଡ୍ରାଇଭର ଫେରର ହୋଇ ଯାଇଥିବା ବେଳେ ଗଞ୍ଜେଇ ବୋଝେଇ ଗଡିକୁ ଜବତ କରିଥିଲା ପୋଲିସ ।  ପୋଲିସ ସୂଚନା ଅନୁଯାଇ  ଗାଡିରେ ପ୍ରାୟ ୭  କୁଇଣ୍ଟାଲ ରୁ ଅଧିକା ଗଞ୍ଜେଇ ଅଛି  ଏହାର ମୂଲ୍ୟ ୭୦  ଲକ୍ଷରୁ ଉର୍ଦ୍ଧ  ହେବ ବୋଲି  ପୋଲିସ ସୂଚନା ଦେଇଛି ।  ଜବତ ଗାଡିଟି କିଛି ମାସେ ତଳେ କିଣା ହୋଇଥିବାରୁ ଏହାର ପଞ୍ଜୀକରଣ ହୋଇଛି କି ନାହିଁ ତଦନ୍ତ କରୁଛି ପୋଲିସ । ଗାଡିର ଚେସିସ ଏବଂ ଇଞ୍ଜିନ ନମ୍ବର କୋରାପୁଟ ଆର. ଟି .ଓ ଙ୍କୁ ପଠାଇ ତଦନ୍ତ ଜାରି ରଖିଛି ।  ନୂଆଁ ପିକପ ଭ୍ୟାନ ରେ ପନିପରିବା ନେଲା ଭଳି ଗଞ୍ଜେଇ ଚୋରା ଚାଲାଣ କୁ ନେଇ ପୋଲିସ ପାଇଁ ବଡ ଚ୍ୟାଲେଞ୍ଚ ସୃଷ୍ଟି କରିଛି । ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ଗଞ୍ଜେଇ ମଫିଆ ଙ୍କୁ କୌଣସି ଭୟ ନଥିରୁ ଖୋଲା ଖୋଲି ଭାବରେ  ଏତେ ପରିମାଣ ର ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ଗଞ୍ଜେଇ ମଫିଆ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ