ସେବା ସଂଗଠନ ପକ୍ଷରୁ ସାହାର୍ଯ୍ୟ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ନାଆମୀ ପଞ୍ଚାୟତ ଶଙ୍ଖୁଳା ଗ୍ରାମର ଭିନ୍ନକ୍ଷମ କୃଷ୍ଣଚନ୍ଦ୍ର ସାହୁଙ୍କୁ ଆମେ ଦରଦୀବନ୍ଧୁ ସେବା ସଂଗଠନ ପକ୍ଷରୁ ସାହାର୍ଯ୍ୟ ପ୍ରଦାନ କରାଯାଇଛି । କୃଷ୍ଣଚନ୍ଦ୍ରଙ୍କର ଶାରିରୀକ ଭାବେ ଗୋଡ ଓ ହାତ ଅକାମୀ ଥିବାବେଳେ ୮ବର୍ଷର ପୁଅ ମୁଣ୍ଡରେ ଟ୍ୟୁମର ବଢିଚାଲିଛି । ଏପରିସ୍ଥଳେ ନିଜକଥା ନହେଲା ନାହିଁ ପୁଅ ପାଇଁ ସରକାରୀ ସାହାର୍ଯ୍ୟ ମିଳିପାରିଲେ ତାର ଚିକିତ୍ସା କରାଇପାରନ୍ତେ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି । ଏଥିପାଇଁ ସେ ବିଭିନ୍ନ ଲୋକଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ଏଯାଏଁ କେହି ସାହାର୍ଯ୍ୟର ହାତ ବଢାଇ ନାହାଁନ୍ତି । ଏପରିକି ସେ ପାଇଥିବା ରାସନକାର୍ଡରେ ତାଙ୍କ ପୁଅ ଓ ସ୍ତ୍ରୀର ନାମ ଯୋଡିବା ପାଇଁ ସେ ଯୋଗାଣ ବିଭାଗ ନିକଟରେ କାକୁତି ମିନତୀ ହୋଇଥିଲେ ସୁଦ୍ଧା କେହି ଏକଥା ଶୁଣୁନାହାଁନ୍ତି । କୃଷ୍ଣଚନ୍ଦ୍ରଙ୍କ ଏଭଳି ଦୟନୀୟ ପରିସ୍ଥିତିକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ତାଙ୍କୁ ସାହାର୍ଯ୍ୟର ପ୍ରଦାନ କରାଯାଇଛି । ସଂଗଠନର ସଦସ୍ୟ ନରେନ୍ଦ୍ର ପିଙ୍ଗୁଆଙ୍କ ନେତୃତ୍ୱରେ ରଞ୍ଜନ ବେହେରା, ରଜତ କୁମାର ଜେନା, ଶୁଭକାନ୍ତ ଜେନା, ଆକାଶ ଜେନା, ବିଶ୍ୱମ୍ବର ରାଉତ ପ୍ରମୁଖ ଶଙ୍ଖୁଳା ଠାରେ ପହଞ୍ଚି କୃଷ୍ଣଚନ୍ଦ୍ରକୁ ଶୁଖିଲା ଖାଦ୍ୟ ସହିତ ନୂତନ ବସ୍ତ୍ର ପ୍ରଦାନ କରିଥିବେବେଳେ ପୁଅର ଚିକିତ୍ସା ବିଷୟରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ