ସିଟ୍ ବେଲ୍ଟ ନଗାଇ ହଟହଟା ହେଲେ ଏମଭିଆଇ, ପ୍ରାଣ ବିକଳରେ ଦୌଡ଼ି ପଳାଇଲେ ପାଟନା

ନୂଆ ମାଟର ଭେଇକିଲ୍ ଆକ୍ଟ ଅନୁଯାୟୀ ବେଆଇନ ଗାଡ଼ି ଚାଳକଙ୍କ ଚାଲାଣ କାଟୁଥିଲେ ବିହାର ମୁଜାଫରପୁରର ଏମଭିଆଇ ଦିବ୍ୟ ପ୍ରକାଶ । ଏବେ ସେ ନିଜେ କାରରେ ଯାଉଥିବା ବେଳେ ସିଟ୍ ବେଲ୍ଟ ବାନ୍ଧିନଥିବା ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ନଜର ପଡ଼ିବା ପରେ ସେ ଏବେ ଆକ୍ରୋଶର ଶିକାର ହୋଇଛନ୍ତି । ଲୋକମାନେ ସିଟ୍ ବେଲ୍ଟ କାହିଁକି ବାନ୍ଧିନ ବୋଲି ଏମଭିଆଇଙ୍କୁ ଜବାବ ତଲବ କରିବା ପରେ କାର ଭିତରେ ଥିବା ଏମଭିଆଇ ଜଣଙ୍କ ନିଜ ଭୁଲ୍ ପାଇଁ ଭୟଭୀତ ହୋଇଯାଇଥିଲେ । ଶେଷରେ ଚୋର ମୁହଁ ଟାଣ ପ୍ରକୃତି ଦେଖାଇ ଲୋକଙ୍କୁ ନାଲି ଆଖି ଦେଖାଇବା ସହିତ ଖରାପ ଶବ୍ଦ କହିଥିଲେ ।ଏହାପରେ ପାଖରେ ଥିବା ଜନତା ଏକ୍ ହୋଇ ଏମଭିଆଇଙ୍କୁ ଘେରିଥିଲେ । ଶେଷରେ ଏମଭିଆଇ ଜଣଙ୍କ ପ୍ରାଣ ବିକଳରେ କାର୍ ଡ୍ରାଇଭରଙ୍କୁ ଜୋରରେ ଗାଡ଼ି ଚଳାଇବା ପାଇଁ କହି ପୁଲିସ୍ କମିଶନରଙ୍କ ପାଖରେ ପହଞ୍ଚିଥିଲେ । ସେଠାରେ ମଧ୍ୟ ସାଧାରଣ ଲୋକ ଏକଜୁଟ ହୋଇ ଏମଭିଆଇଙ୍କ ବିରୋଧରେ ନାରାବାଜି କରିଥିଲେ । ଏହାପରେ ସେଠୁ ମଧ୍ୟ ଦିବ୍ୟ ପ୍ରକାଶ ଖସି ପଳାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ