ମହିଳାଙ୍କୁ ଗାଁ ଦାଣ୍ଡରେ ପିଟି ପିଟି ହତ୍ୟା
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଅମୁରତୁଲ ଗ୍ରାମରେ ଅଭାବନୀୟ ଘଟଣା । ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ସାମାନ୍ୟ ବଚସାକୁ କେନ୍ଦ୍ରକରି ପିଟିପିଟି ହତ୍ୟା କରିଥିବା ଜଣାପଡିଛି ।ମୃତକ ଜଣକ ପରିଚୟ ସେହି ଗ୍ରାମର ମଲାସୀ ଦାସ ବୋଲି ଜଣାପଡିଛି । ମିଳିôବା ଖବର ଅନୁଯାୟୀ ମହିଳା ଓ ଯୁବକ ମଦ୍ୟରେ କୈାଣସି କାରଣକୁ କେନ୍ଦ୍ରକରି ସେମାନଙ୍କ ମଧ୍ୟରେ ପାଟିତୁୁଣ୍ଡ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ମହିଳା ଜଣକୁ ଯୁବକ ସନ୍ତୋଷ ଗ୍ରାମ ଦା୍ଣ୍ଡରେ ପିଟି ପିଟି ହତ୍ୟା କରିଥିବା ଜଣାପଡିଛିି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସନ୍ତୋଷ ନାୟକଙ୍କୁ ଥାନାରେ ଆଣି ପଚାରା ଉଚାରା କରୁଥିବା ବେଳେ ମହିଳାଙ୍କ ଶବକୁ ଉଦ୍ଦାରକରି ଶବ ବେବଚ୍ଛେଦ ନିମନ୍ତେମେଡିକାଲକୁ ପଠାଇଛି ।


