ଦୁଇ ବାଇକ ମୁହାଁମୁହିଁ ଜଣେ ମୃତ
କଳାହାଣ୍ଡି,(ଓ୍ବାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଖଲିଆଭଟା ନିକଟରେ ଗତ କାଳି ସନ୍ଧ୍ୟାରେ ଦୁଇ ବାଇକ ମୁହାଁମୁହିଁ ହୋଇ ଦୁର୍ଘଟଣାଗ୍ରସ୍ତରେ ଜଣେ ମୃତ ବରଣକରି ଥିବା ବେଳେ ଅନ୍ୟ ଜଣେଙ୍କୁ ଗୁରୁତର ଭାବେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କର ଯାଇଛି | ମୃତ ଜଣକ ହେଲେ ଖାଲିଆଭଟା ଗାଁ ର ରଘୁନାଥ ପୁଝାରୀ(୪୨) | ମନୋଜ ପୁଝାରି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି, ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି |


