ଜିଲା କଂଗ୍ରେସ ସଭାପତିଙ୍କୁ ବନ୍ତ ବ୍ଲକ କଂଗ୍ରେସ ପକ୍ଷରୁ ଶୁଭେଚ୍ଛା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା କଂଗ୍ରେସର ସଭାପତି ଭାବେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଦାସ ମନୋନୀତ ହୋଇଛନ୍ତି । ଏନେଇ ବନ୍ତ ବ୍ଲକ କଂଗ୍ରେସ ପକ୍ଷରୁ ନୂତନ ସଭାପତିଙ୍କୁ ଅଭିନନ୍ଦନ ଜଣାଇବା ସହ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଗତ ସାଧାରଣ ନିର୍ବାଚନ ସମୟରେ ପିସିସି ସଭାପତି ଦେଇଥିବା ପ୍ରତିଶୃତି ରକ୍ଷା କରିଛନ୍ତି ବୋଲି ବ୍ଲକ କଂଗ୍ରେସ କହିଛି । ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ରାଜ କିଶୋର ସ୍ୱାଇଁ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହର ମୋହନ ବେହେରା, ଜୋନ୍ ସଭାପତି ନିରଂଜନ ମଲ୍ଲିକ, ଅନନ୍ତ ଦାସ, ବିଜୟ ଜେନା, ଅଶୋକ ସାହୁ, ସରପଞ୍ଚ ସେକ୍ ମୁସ୍ତାକ୍ ଅଲ୍ଲୀ ଖାଁ, ମଣିଭଦ୍ର ବିଶ୍ୱାଳ, ସେକ୍ ଅମିନ୍‌, ସତ୍ୟବାନ ଦାସ, ରବି ନାରାୟଣ ମହାନ୍ତି, ପ୍ରଦ୍ୟୁମ୍ନ ଦାସ, ଯୁବନେତା ଜ୍ୟୋତି ରଂଜନ ନାୟକ, ସାଦ୍ଦ୍ ସିଦ୍ଧିକ୍‌, ମାର୍କଣ୍ଡ ବେହେରାଙ୍କ ସମେତ ବହୁ ବରିଷ୍ଠ ନେତୃତ୍ୱ ଅଭିନନ୍ଦନ ଜଣାଇଛନ୍ତି । ଅପରପକ୍ଷେ ଶ୍ରୀ ଦାସ ଜିଲା କଂଗ୍ରେସର ନେତୃତ୍ୱ ନେବା ପରେ ବନ୍ତ ବ୍ଲକରେ କଂଗ୍ରେସ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ