ଭାତକରୁଆରୁ ଜବରଦଖଲ ହଟାଇବା ଦାବି କଲେ ଗ୍ରାମବାସୀ

ହାଟଡ଼ିହି,( ଯୁଗାବ୍ଦ ନୁ୍ୟଜ୍): ହାଟଡିହି ବ୍ଲକ ଭାତକରୁଆ ଗ୍ରାମରୁ ଜବରଦଖଲ ହଟାଇବା ପାଇଁ ଗ୍ରାମବାସୀମାନେ ଦାି କରିଛନ୍ତି । ଏନେଇ ସେମାନେ ହାଟଡିହି ତହସିଲଦାର, ଆନନ୍ଦପୁର ଉପଜିଲ୍ଲାପାଳ ଓ କେନ୍ଦୁଝର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ କାର୍ଯ୍ୟାନୁÂାନ ଦାବି କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଆନନ୍ଦପୁର-ଭଦ୍ରକ ମୁଖ୍ୟ ରାସ୍ତାରୁ ଗାଁ ଭିତରକୁ ଯାଇଥିବା ମୁଖ୍ୟ ରାସ୍ତା ଓ ଶାଖା ରାସ୍ତା ଗୁଡିକୁ କେତେକ ଗ୍ରାମବାସୀ ଜବରଦଖଲ କରିନେଇଥିବାରୁ ଗାଁ ଭିତର ରାସ୍ତା ସଙ୍କୁଚିତ ହୋଇପଡିଛି । ଫଳରେ ଚାରି ଚକିଆ ଗାଡିଟିଏ ବି ଗାଁ ଭିତରକୁ ଯାଇପାରୁନି । ଏପରିକି ଦେବୀ ଦୁର୍ବିପାକ ସମୟରେ ଦମକଳ କି ଆମ୍ବୁଲାନସ ଗାଡିଟିଏ ବି ଗାଁ ଭିତରକୁ ଠିକ ଭାବେ ଯାଇ ପାରୁନି । ଏଣୁ ଗ୍ରାମବାସୀଙ୍କ ସହମତି କ୍ରମେ ଏହି ସରକାରୀ ଜମି ଜବରଦଖଲ ହଟାଇବାକୁ ଗ୍ରାମବାସୀମାନେ ନିଷ୍ୱତି ନେଇଛନ୍ତି । ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ସରକାରୀ ଜମି ଜବରଦଖଲକୁ ମାପଚୁପ କରାଯାଇ ଜବରଦଖଲ ହଟାଇବାକୁ ସରପଞ୍ଚ କୌଶଲ୍ୟା ସେଠୀ,ମମତା ମଞ୍ଜରୀ ସ୍ୱାଇଁ, ସହଦେବ ସେଠୀ, ଲକ୍ଷ୍ମୀଧର ସେଠୀ, ସନ୍ତୋଷ ଜେନା, ରଘୁନାଥ ସ୍ୱାଇଁ, ଭଗବାନ ଜେନା, କାମପାଳ ଜେନା, ଚୌତନ ଚରଣ ସେଠୀ, ନକୁଳ ସେଠୀ, ବୀରବର ସେଠୀ, ଘନଶ୍ୟାମ ସ୍ୱାଇଁ, ହରିହର ସ୍ୱାଇଁ, ଅଭିମନୁ୍ୟ ସାହୁ, କୃଷ୍ଣ ଚନ୍ଦ୍ର ସେଠୀ, ହେମନ୍ତ କୁମାର ସେଠୀ, ରବିନ୍ଦ୍ର କୁମାର ସେଠୀ, ନାରାୟଣ ସେଠୀଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ