କବୟତ୍ରୀ ପଦ୍ମିନୀ ମିଶ୍ର ଙ୍କ କବିତା ‘ମୈାନମାଟି’ ଲୋକାର୍ପିତ
( ଯୁଗାବ୍ଦ ନ୍ୟୁଜ) ପୁରାତନ ସାରସ୍ୱତ ଅନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜର ନବମ ବାର୍ଷିକ ଉତ୍ସବ ଉକ୍ରଳ ଆଶ୍ରମ ସମ୍ମିଳନୀ ପକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି କବୟତ୍ରୀ ଅମିୟବାଳା ପଟ୍ଟନାୟକ ଙ୍କ ପୈରୋହିତ୍ୟ ରେ ଅନୁଷ୍ଠିତ ଏହି ସାରସ୍ୱତ ଉତ୍ସବରେ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶିକ୍ଷାବିତ ଡଃ ଉତ୍ତମ ଜେନା ଙ୍କ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ଉତ୍ସବ କୁ ଉଦଘାଟନ କରିଥିଲେ । ସଂଘଠନ ସମ୍ପାଦକ ଅଧ୍ୟାପକ ଡଃ ସିର୍ଦ୍ଧାର୍ଥ ଶଙ୍କର ପାଢୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିବା ବେଳେ ସାଂସ୍କୃତିକ ସମ୍ପାଦକ ଶାନ୍ତି ନିକେତନ ର ସହପ୍ରଫେସର ଡଃ ଶରତ କୁମାର ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଉତ୍ସବ ଅବସରରେ କବୟତ୍ରୀ ପଦ୍ମିନୀ ମିଶ୍ର ଙ୍କ କବିତା ସଙ୍କଳନ ‘ମୈାନମାଟି’ ମଞ୍ଚାସିନ ଅତିଥି ଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଜୀବନ ର ବିଭିନ୍ନ ଅନୁଭୂତି ଯନ୍ତ୍ରଣା କୁ କବି ତାର କବିତାରେ ରୂପାନ୍ତରିତ ହୋଇଛି ବୋଲି ସେ କହିଥିଲେ । ସାହିତ୍ୟ ମାଧ୍ୟମରେ ଲୋକଙ୍କ ବୈଦ୍ଧିକ ଅଭିବୃଦ୍ଧି ଘଟିବା ସହ ହୃଦୟରେ ସଚେତନତା ସୃଷ୍ଟି କରିଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବିଶିଷ୍ଟ କବି ଓ ଲେଖକଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ଓଉପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।