ପୂଜାଭଣ୍ଡାରରୁ ଚୋରି ଅଭିଯୋଗ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) : ଯୋଡାସ୍ଥିତ ବନେଇକଳା ମୁଖ୍ୟ ରାସ୍ତା କଡରେ ଥିବା ବଟେଶ୍ୱର ପୂଜା ଭଣ୍ଡାର ଦୋକାନରୁ ଶନିବାର ବିଳମ୍ବିତ ରାତିରେ ନଗଦ ୧୨ ହଜାର ଟଙ୍କା ସମେତ ବହୁ ପୂଜା ସାମଗ୍ରୀ ଚୋରି ହୋଇଥିବା ଯୋଡା ଥାନରେ ଅଭିଯୋଗ ହୋଇଛି । ମିଳିଥିବା ଖବର ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଉକ୍ତ ଦୋକାନର ଟିଣ ଖୋଲି ଦୋକାନରେ ଥିବା ପୂଜା ସାମଗ୍ରୀ ଓ କିଛି ଖୁଚୁରା ଟଙ୍କାକୁ ଚୋରି କରି ଅଭିଯୋଗ ହୋଇଛି । ବ୍ୟବସାୟୀ ମହଲରେ ଏନେଇ ଅସନ୍ତୋଷ ଦେଖାଦେବା ସହିତ ଅଂଚଳରେ ପୋଲିସ ପେଟ୍ରୋଲିଂ କଡାକଡି କରିବା ପାଇଁ ଦାବି ହୋଇଛି ।