ଗାଧୋଇବା ବେଳେ ପୋଖରୀ ରେ ବୁଡି ଦୁଇ ଭଉଣୀ ଙ୍କ ମୃତ୍ୟୁ

ଖଲ୍ଲିକୋଟ, (ସିଲୁ ବିଶ୍ୱାଳ):ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀ ପୁର ଗ୍ରାମରେ ଘଟିଛି ଅଘଟଣ । ଗାଁ ପୋଖରୀରେ ଗାଧେଇବା ସମୟରେ ଅସାବଧାନତା ଯୋଗୁଁ ପାଣି ରେ ବୁଡି ଯାଇ ଦୁଇ ଭଉଣୀଙ୍କ ମର୍ତ୍ୟୁ ଘଟିଥିବା ଜଣାପଡିଛି । ତୁଳସୀପୁର ଗ୍ରାମର ସୁରେଶ ପାହାନ ଙ୍କ ଦୁଇ ଝିଅ ଖୁସି ପାହାନ(୮) ଓ ପୂଜା ପାହାନ(୧୦) ଘରେ ନ ଜଣାଇ ଗାଁ ରେ ଥିବା ପୋଖରୀ କୁ ଗାଧୋଇବା ପାଇଁ ଯାଇଥିଲେ । ଦୀର୍ଘ ସମୟ ଧରି ସେମାନେ ନ ଫେରିବାରୁ ଘରେ ଥିବା ତାଙ୍କ ମାଆ ବ୍ୟସ୍ତ ହୋଇ ସବୁଆଡେ ଖୋଜାଖୋଜି କରିଥିଲେ । ପରେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ପୋଖରୀ ଭିତରେ ଖୋଜିବା ରୁ ଉଭୟଙ୍କ ମୃତ ଦେହ ମିଳିଥିଲା ।ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା । ସେଠାରେ ଦୁଇ ଭଉଣୀ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ଗ୍ରାମରେ ଶୋକ ର ଛାୟା ଖେଳାଇ ଦେଇଛି । ସୁରେଶ ପାହାନ ଚେନ୍ନାଇ ରେ ଦାଦନ ଖଟୁଥିବା ବେଳେ ଗାଁ ରେ ତିନି ଝିଅ ଙ୍କ ସହ ମାଆ ରହୁଥିଲେ । ଆଜି୮ବର୍ଷର ଝିଅ ଖୁସି ପାହାନ ଓ ୧୦ବର୍ଷ ର ଝିଅ ପୂଜା ପାହାନ ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ଘରେ ଆଉ ଜଣେ ୬ ବର୍ଷ ର ଝିଅ ଅଛି ।ସୁରେଶ ଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ବୋଲି ଗ୍ରାମବାସୀ କହିଛନ୍ତି । ଖବର ପାଇ ଖଲ୍ଲିକୋଟ ପୋଲିସ ମେଡ଼ିକାଲ ରେ ପହଞ୍ଚି ମୃତ ଦୁଇ ଭଉଣୀ ଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ