ଆହାର କେନ୍ଦ୍ରରୁ ଏଲ୍‌ଇଡି ଟିଭି ଚୋରି

ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ସହରର ସରକାରୀ ଡାକ୍ତରଖାନା ପ୍ରାଙ୍ଗଣ ନିକଟରେ ଥିବା ଆହାର କେନ୍ଦ୍ରରୁ ଦୁଇଗୋଟି ଏଲ୍‌ଇଡି ଟିଭି ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଯାଇଛି । ଯୋଡା ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଏନେଇ ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ୍‌ଙ୍କୁ ସୂଚନା ଦେଇଥିଲେ । ଖବର ପାଇ ଯୋଡା ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ଏହି ଏଲ୍‌ଇଡି ଟିଭିରେ ସରକାରୀ ବିଜ୍ଞାପନ ଆହାର କେନ୍ଦ୍ରରେ ପ୍ରଦର୍ଶିତ କରାଯାଏ । ମଙ୍ଗଳବାର ରାତି ଦୁର୍ବୁତ ମାନେ ଆହାର କେନ୍ଦ୍ର ଭିତରକୁ ତାଲା ଭାଙ୍ଗି ପଶି ଦୁଇଟି ଏଲ୍‌ଇଡି ଟିଭିକୁ ଚୋରାଇ ନେଇଛନ୍ତି । ଏନେଇ ଆହାର କେନ୍ଦ୍ର ମ୍ୟାନେଜର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ