ରାଇରଙ୍ଗପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ରାଇରଙ୍ଗପୁର -ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲା ଓ ଦୋରାଜଜ କୋର୍ଟ ପରିସରରେ ଶନିବାର ଦିନ ରାଷୀ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅନୁପ ରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଶୀଳନ ହୋଇଥିଲା ।ଆଜି ଏସଡିଜିଏମ କୋର୍ଟରେ ୬୬ ଟି ମାମଲାର ମଧ୍ୟରୁ ୪ ଟି ଫଇସଲା ହୋଇଥିଲା ।ସେହିଭଳି ସବଜଜ କୋର୍ଟରେ ୫୫ ଟି ମାମଲା ରୁ ୧ ଟି ର ଫଇସଲା ହୋଇଥିଲା । ସମୁଦାୟ ୫ ଟି ମାମଲାର ଫଇସଲା ହୋଇଥିବା ବେଳେ ୧,୯୪,୮୨୦ ଟଙ୍କା ଜୋରିମାନା ଆଦାୟ ହୋଇଥିଲା ।ଏହି କାର୍ୟ୍ୟକ୍ରମରେ ଏଡିଜେ ଅନୁପ ରଂଜନ ପଟ୍ଟନାୟକ, ସବଜଜ୍ ଜୀବନ ପଟ୍ଟନାୟକ, ଏସଡିଜିଏମ୍ ସତ୍ୟବ୍ରତ ରଣା ଏବଂ ଜେଏମଏଫସି ଝିଲିଲିନା ନାୟକ ପ୍ରମୁଖ ଶୁଣାଣୀ କରିଥିଲେ ।ପରିଚାଳନାରେ ଲକ୍ଷ୍ମଣ ମାର୍ଣ୍ଡି ଏବଂ କୋର୍ଟରେ ଅନ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।