ଡଃ.ଶ୍ରୀଧର ସାମଲଙ୍କ କବିତା ସଙ୍କଳନ ପୁସ୍ତକ ନିଃଶଦ୍ଦ ଆଳାପ ଲୋକାର୍ପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡଃ.ଶ୍ରୀଧର ସାମଲଙ୍କ ଦ୍ୱାରା ରଚିତ ପୁସ୍ତକ “ନିଃଶଦ୍ଦ ଆଳାପ”କୁ ଶୁକ୍ରବାର ସ୍ଥାନୀୟ ଭାରତୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ଉତ୍ସବରେ ଲୋକାର୍ପଣ କରାଯାଇଛି । ଏହି ଉପଲକ୍ଷେ ଅବସରପ୍ରାପ୍ତ ପ୍ରାଧ୍ୟାପକ ମୋହନ ଚରଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭୂବନେଶ୍ୱରର ବନଫୁଲ ପ୍ରକାଶନୀ ଦ୍ୱାରା ପ୍ରକାଶିତ ପୁସ୍ତକ ଲୋକାର୍ପଣ ଉତ୍ସବରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ସରୋଜ କୁମାର ମହାନ୍ତି, ସାହିତ୍ୟିକ ଡଃ.ବାସୁଦେବ ଦାସ, ପ୍ରାଧ୍ୟାପକ ତପନ କୁମାର ପତି ପ୍ରମୁଖ ଯୋଗଦେଇ କବି ଡଃ.ସାମଲଙ୍କ ରଚିତ କବିତା ସଙ୍କଳନ ପୁସ୍ତକ “ନିଃଶଦ୍ଦ ଆଳାପ”କୁ ଲୋକାର୍ପିତ କରିଥିଲେ । ପୁସ୍ତକ ରଚୟିତା ଡଃ.ସାମଲ ଏକାଧାରରେ ଜଣେ କବି,ପ୍ରାବନ୍ଧିକ,ସୁବକ୍ତା ଓ ପ୍ରକୃତିପ୍ରିୟ ମଣିଷ । ବିଶ୍ୱ ବିଖ୍ୟାତ ପର୍ଯ୍ୟଟନକ୍ଷେତ୍ର ଭିତରକନିକା ଉପରେ ନିବନ୍ଧ ରଚନା କରିବା ସହ ଆକାଶବାଣୀ,କଟକ କେନ୍ଦ୍ରରେ ସୁବକ୍ତା ଭାବରେ ତାଙ୍କର ଉପଲବ୍ଧି ସବୁଠି ରହିଛି । ତାଙ୍କର ଅନେକ ନିବନ୍ଧ ଜାତୀୟ ଓ ଅନ୍ତର୍ଯ୍ୟାତୀୟ ପତ୍ରପତ୍ରିକାରେ ପ୍ରକାଶ ପାଇ ବିପୁଳ ପାଉଠକୀୟତା ଅର୍ଜ୍ଜନ କରିଛି । ଡଃ.ସାମଲ ଅଧୁନା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୁଗୋଳ ବିଭାଗର ପ୍ରାଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ ଓ ଇନ୍ଦିରାଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(ଇଗ୍ନୋ),ନୂଆଦିଲ୍ଲୀର ସଂଯୋଜକ ଏବଂ ଓଡିଶା ସରକାରଙ୍କ ବାଳିକା ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଅଛନ୍ତି । ତାଙ୍କର ଏହି ଭିନ୍ନ ସ୍ୱାଦର କବିତା ସଙ୍କଳନଟି ପାଠକ ମହଲରେ ବିଶେଷ ଆଦୃତ ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା, ମାର୍ଶାଘାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅମୀୟ ଜେନା, ପ୍ରାଧ୍ୟାପକ ଜତୀନ୍ଦ୍ର କୁମାର ରାଉତ, ତ୍ରିଲୋଚନ ପ୍ରଧାନ, କବି ପ୍ରେମାନନ୍ଦ ଖଣ୍ଡୁଆଳ, ବୃନ୍ଦାବନ ଦାସ, ନଳିନୀ ବେହେରା, କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସ ପ୍ରମୁଖ ବହୁ ସାହିତ୍ୟପ୍ରେମୀ ଓ ବିଶିଷ୍ଟବ୍ୟକ୍ତିମାନେ ଉପସ୍ଥିତ ଥିଲେ । କୋଭିଡ ନିୟମକୁ ପାଳନ ପୂର୍ବକ ଏହି ଉତ୍ସବ ପାଳନ କରାଯାଇଥିଲା । କବି ନିରଞ୍ଜନ ମେକାପ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ