ବୁଢାକେନ୍ଦୁ ପୀଠରେ ମହା ସପ୍ତମୀ ପୂଜା ଓ ମହାଷ୍ଟମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ ): ପାର୍ବଣ ଋତୁରେ ଭକ୍ତଙ୍କ ଗହଳରେ ଚଳ ଚଞ୍ଚଳ ରହୁଥିବା ଦେବୀ ପୀଠ ଗୁଡିକ ଆଜି କରୋନା ପ୍ରଭାବରେ ନିସ୍ତବ୍ଧ ହୋଇଯାଇଛି | ବିଭିନ୍ନ ଦେବୀ ପୀଠ ଗୁଡିକରେ ଆଜି ନିରାଡମ୍ବର ଭାବେ ବିନା ଭକ୍ତରେ ମହା ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି | ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ମା ବୁଢାକେନ୍ଦୁ ପୀଠରେ ଆଜି ପୂଜକ ଗୁନୁ ତ୍ରିପାଠୀଙ୍କ ପୌରୋହିତ୍ୟରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି | କରୋନା ପାଇଁ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ନିଷେଧ ଥିବା ବେଳେ ଭକ୍ତ ମାନେ ଆସି ମନ୍ଦିର ଫାଟକ ବାହାରୁ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ | ମହା ସପ୍ତମୀ ପୂଜା ସହ ଆଜି ମଧ୍ୟ ରାତ୍ରରେ ମାଆଙ୍କ ମହାଷ୍ଟମୀ ପୂଜା ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ମନ୍ଦିର ଟ୍ରଷ୍ଟ୍ ଅଧ୍ୟକ୍ଷ ସଞ୍ଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପାଧ୍ୟକ୍ଷ ଦେବୀ ପ୍ରସାଦ ତ୍ରୀପାଠୀ, ସମ୍ପାଦକ ବବ୍ରୁ ବାହାନ ବିଷୋୟୀ, କୋଷାଧ୍ୟକ୍ଷ ବିଜୟ କୁମାର ସ୍ୱାଇଁ, ପରିଚାଳନା ଜମିଟି ସୁକାନ୍ତ କୁମାର ଷଡ଼ଙ୍ଗୀ, ଦୁର୍ଗା ମାଧବ ନାୟକ, ସୀମାଞ୍ଚଳ ବିଷୋୟୀ, ବିପିନ୍ ବିହାରୀ ମହାରଣା, ପ୍ରଶାନ୍ତ କୁମାର ଦାସ୍,ବୁଲୁ ରାମ ପ୍ରଧାନ ଏବଂ ନିରଞ୍ଜନ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ |


