ରେସ୍ପଣ୍ଡ୍ ଟ୍ରଷ୍ଟ ତରଫରୁ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଆଜି ରେସ୍ପଣ୍ଡ୍ ଟ୍ରଷ୍ଟ, ଇଣ୍ଡିଆ ତରଫରୁ ବେଲଗୁଣ୍ଠା ବ୍ଳକ୍ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯିବା ସହ ଦୂର୍ଗମ ଅଞ୍ଚଳରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରଯାଇଛି | ସୂଚନା ପ୍ରକାରେ ଆଜି ମାଆ ବୁଢାକେନ୍ଦୁ ପୀଠରେ ବେଲଗୁଣ୍ଠା ବ୍ଳକ୍ ପ୍ରେସ୍ କ୍ଲବ୍ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା | ଏହି କର୍ଯ୍ୟକ୍ରମରେ ସ୍ଵସ୍ତି ସୁନ୍ଦର ସିୟଙ୍କ ଅଧ୍ୟକ୍ଷତାରେ ରେସ୍ପଣ୍ଡ୍ ଟ୍ରଷ୍ଟର ସ୍ଵେଚ୍ଛାସେବୀ ମାନେ ଉପସ୍ଥିତ ରହି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରିଥିଲେ | ଟ୍ରଷ୍ଟ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ସିୟ କରୋନା ମହାମାରୀ ସମୟରେ ସାମ୍ବାଦିକମାନଙ୍କ ନିଃସ୍ୱାର୍ଥପର ସେବା ପାଇଁ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ | ଟ୍ରଷ୍ଟ୍ ସଦସ୍ୟା ଆଞ୍ଚଲ୍ ନାୟକ କାଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଟ୍ରଷ୍ଟ୍ ସଦସ୍ୟ ଚିନ୍ମୟ ପୋଲେଇ, କାହ୍ନୁ ପରିଡ଼ା, ଶୁଭମ୍ ପରିଡ଼ା, ଚନ୍ଦନ ପରିଡ଼ା, ଆଦିତ୍ୟ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାକଳନାରେ ସହଯୋଗ କରିଥିଲେ | କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ, ବିଭୁପାଦ ଜେନା, ଜଗନ୍ନାଥ ନାୟକ, ପ୍ରଭାତ ସାହୁ, ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, କ୍ଷତ୍ରୀୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହ,ମୂର୍ତିକା ସଂରକ୍ଷଣ ଅଧିକାରୀ ସନ୍ତୋଷ ଗୌଡ଼, ଶିକ୍ଷକ ଚିନ୍ମୟ ପ୍ରଧାନ, ପୂର୍ବତନ ସରପଞ୍ଚ ଚିନ୍ତାମଣି ସ୍ୱାଇଁ, ଯୁବ ସମାଜ ସେବୀ ତପନ ମହାପାତ୍ର, ସାମ୍ବାଦିକ ରାଜେଶ ପଣ୍ଡା, ବିଶ୍ବମ୍ବର ଜେନା, ଭବାନୀ, ରାଜେଶ ପାତ୍ର, ସୁରେଶ ସୁବୁଦ୍ଧି, ଶିବରାମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ