ପାଞ୍ଚ ବର୍ଷ ର ପୁଅକୁ ପଥରରେ ହତ୍ୟା କଲା ନୃଶଂସ ବାପା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ବେଲଡୁଙ୍ଗୁରି ଗ୍ରାମରେ ଗୁରୁବାର ରାତି ଦୁଇଟା ବେଳେ ସହ ଚେପ ଦେହୁରୀ ତାର ପାଞ୍ଚ ବର୍ଷର ପୁଅ ସୁଦନ ଦେହୁରୀ କୁ ପଥର ରେ ଛେଚି ହତ୍ୟା କରିଛି ।ହତ୍ୟାକାରୀ ସୁଦନ ର ଘୋର କୁଳିଅଣା ଥାନା ବାଲି ଡ଼ିହା ଗ୍ରାମର ହୋଇଥିବା ବେଳେ ତାର ସ୍ତ୍ରୀ ଓ ପିଲାମାନେ ଶଶୁର ଘରେ ବେଲଡୁଙ୍ଗୁରି ରେ ରହୁଥିଲେ ।ସେ ମଝିରେ ମଝିରେ ସ୍ତ୍ରୀ ପାଖକୁ ଆସୁଥିଲେ ।ଗତ କାଲି ରାତିରେ ସେ ଆସିବା ବେଳକୁ ସ୍ତ୍ରୀକୁ ଘରେ ନ ପାଇବାରୁ ରାଗ ଚଢିଯାଇଥିଲା ଏବଂ ଆଈ ପାଖରେ ଶୋଇଥିବା ପାଞ୍ଚ ବର୍ଷ ର ପୁଅକୁ ଘୋଷାରି ଆଣି ପଥର ରେ ଛେଚି ମାରିଦେବା ପରେ ଦୁରକୁ ଫିଙ୍ଗିବା ପାଇଁ ଚେଷ୍ଟା କରୁଥିବା ସମୟରେ ଗ୍ରାମବାସୀ ମାନେ ତାକୁ କାବୁ କରି ବାନ୍ଧି ରଖି ଗ୍ରାମରକ୍ଷୀକୁ ଖବର ଦେଇଥିଲେ ।ଗ୍ରାମରକ୍ଷୀଙ୍କ ଏତଲା ଆଧାରରେ ବଡ଼ସାହି ପୋଲିସ ସୁଦନ ଦେହୁରୀକୁ ଗିରଫ କରି ତଦନ୍ତ ଚଳାଇଛି ।


