ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଥାନାରେ ଅଭିଯୋଗ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଭାଲୁବସା ଗ୍ରାମରେ ଶୌଚ କରିବାକୁ ଯାଇଥିବା ନାବାଳିକା ୪ ଯୌନପିପାଷୁଙ୍କ ଦ୍ଵାରା ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗ ହୋଇଥିବା ଟାଉନଥାନରେ ପିଡିତାଙ୍କ ପରିବାରକୁ ତରଫରୁ ଅଭିଯୋଗ ।ସୂଚନାଯୋଗ୍ଯ ଭାଲୁବସା ଗ୍ରାମର ଜନୈକ ପରିବାରର ଦୁଇ ନାବାଳିକା ଭଉଣୀ ରବିବାର ଦିନ ମଧ୍ୟାହ୍ନରେ ଶୌଚ ପାଇଁ ଗାଁ ପାଖ ପୋଖରୀକୁ ଯାଇଥିଲେ ।ହଠାତ୍ ୪ ଜଣ ଯୁବକ ଆସି ସାନ ଭଉଣୀକୁ ଟେକି ନେଇ ଅପହରଣ କରିନେଇ ଦୁଷ୍କର୍ମ କରିଥିଲେ ।ପରେ ୪ ଟା ପାଖାପାଖି ସମୟରେ ଦୁଇଟି ବାଇକ୍ ରେ ସେମାନେ ଆସି ଗାଁ ପାଖ ଏକ ଗଛମୂଳେ ମୂର୍ମୁଷୁ ଅବସ୍ଥାରେ ଫୋପାଡି ଦେଇ ଦୃତ ଗତିରେ ଖସି ପଳାଇଥିଲେ । ନାବାଳିକା ନିସ୍ତେଜ ଅବସ୍ଥାରେ ପଡ଼ିଥିବା ଦେଖି ଗାଁ ଲୋକେ ପରିବାରକୁ ଖବର ଦେଇଥିଲେ ।ରାଇରଙ୍ଗପୁର ଟାଉନ ଥାନା ଖବର ପାଇ ପିସିଆର ଭେନରେ ମୂର୍ମୂଷୁ ନାବାଳିକାକୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ପ୍ରସବ କୋଠରୀରେ ଚିକିତ୍ସା ପାଇଁ ଭର୍ତି କରିଥିଲେ ।ଆଜି ରାଇରଙ୍ଗପୁର ଟାଉନ ଥାନା ପକ୍ଷରୁ ଏକ ମାମଲା କେଶ ନମ୍ବର ୧୦୯/୨୬ ରୁଜୁ ହୋଇଛି ।ପୋଲିସ ୩ ଜଣ ଯୁବକଙ୍କୁ ଉଠାଇ ଥାନାରେ ଅଟକ ରଖିଥିବାବେଳେ ଜଣେ ଫେରାର ଅଛି ।ଏହାକୁ ନେଇ ସାରା ରାଇରଙ୍ଗପୁର ସହରରେ ଚର୍ଚ୍ଚା ହୋଇଛି।ପୋଲିସ ତଦନ୍ତ ଜାରି ରଖିଛି । ଘଟଣାକୁ ନେଇ ବିଜେଡ଼ି ର ଏକ ଅନୁଧ୍ୟାନ ଦଳ ଜିଲ୍ଲା ସଭାପତି ଡାକ୍ତର ଦେବାଶିଷ ମାରାଣ୍ଡି,ପ୍ରାକ୍ତନ ମନ୍ତ୍ରୀ ଵାସନ୍ତୀ ହେମ୍ବ୍ରମ, ରାଜ୍ୟ ବିଜେଡି ସଂପାଦକ ନିନା ଦାସ,କାର୍ଯ୍ୟକାରୀ ସଭାପତି ରାଇସେନ ମୁର୍ମୁଙ୍କ ନେତୃତ୍ଵରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ପିଡିତା ର ପିତା ,ମାତା,ଭଉଣୀ ଏବଂ ପିଡିତାକୁ ସାକ୍ଷାତ କରିଥିଲେ ।ସବୁକିଛି ଅବଗତ ପରେ ରାଇରଙ୍ଗପୁର ଟାଉନ ଥାନାକୁ ଯାଇ ଆଇଆଇସି ଜ୍ୟୋତିପ୍ରକାଶ ସ୍ବାଇଁଙ୍କ ସହ ଆଲୋଚନା କରିଥିଲେ ।ପିଡିତାର ଡାକ୍ତରୀ ମାଇନା୧୨ ଘଣ୍ଟା ବିଳମ୍ବ ନେଇ ନେତୃବୃନ୍ଦ ଆଇଆଇସିଙ୍କୁ ଅସନ୍ତୋଷ ପ୍ରକାଶ କରିଥିଲେ ।ପୋଲିସର ବିଳମ୍ବ କାର୍ଯ୍ୟାନୁଷ୍ଠାନରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ।ତୁରନ୍ତ ପିଡିତା ପରିବାରକୁ ଭଲ ଚିକିତ୍ସା,ଡାକ୍ତରୀ ପରୀକ୍ଷା,ନ୍ୟାୟ ଏବଂ ପିଡିତା ସମେତ ପିଡିତା ପରିବାରକୁ ସୁରକ୍ଷା ଦେବା ପାଇଁ କହିଥିଲେ ।ପିଡିତାକୁ ତୁରନ୍ତ ନ୍ୟାୟ ନ ମିଳିଲେ ଖୁବ ଶିଘ୍ର ବିଜେଡି ସମଗ୍ର ମୟୂରଭଂଜ ଜିଲ୍ଲାରେ ଆନ୍ଦୋଳନକୁ ତିଵ୍ରତର କରିବ ବୋଲି ଆଇଆଇସିଙ୍କୁ ସୂଚନା ଦେଇଥିଲେ ।


