ଗଜପତିରୁ ଟାର୍ପଲିନ୍ ଲୋକେ ଜବରଦସ୍ତି ନେବା ଘଟଣାରେ ;ନିଲମ୍ବିତ ହେଲେ ଗୁମ୍ମା ରାଜସ୍ୱ ନିରୀକ୍ଷକ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ତହସିଲ କାର୍ଯ୍ୟାଳୟରୁ ଲୋକେ ଟାର୍ପଲିନ୍ ଜବରଦସ୍ତ ନେବା ଘଟଣାରେ ଗୁମ୍ମା ରାଜସ୍ୱ ନିରୀକ୍ଷକ ପ୍ରଭାକର ପାଢୀଙ୍କୁ ନିଲମ୍ବିତ କରିଛି ଗଜପତି ଜିଲ୍ଲା ପ୍ରଶାସନ । ସୂଚନା ଯୋଗ୍ୟ ଯେ, ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳ ବର୍ଷିବ ବୋଲି ରାଜ୍ୟ ପାଣିପାଗ ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁଯାଇ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏହି କ୍ରମରେ ଗୁମ୍ମା ବ୍ଲକରେ ମଧ୍ୟ ସବୁ ପ୍ରକାର ବନ୍ଦୋବସ୍ତ ହୋଇ ସାରିଥିଲା । ତେବେ ଗତ ୨୦ତାରିଖ ଦିନ ଗୁମ୍ମା ଆର୍‌.ଆଇ. ସର୍କିଲରେ ରାଜସ୍ୱ ନିରୀକ୍ଷକ ଶ୍ରୀ ପାଢୀ ଟାର୍ପଲିନ୍ ବାଣ୍ଟିବାରେ ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ କରି ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମର କିଛି ଲୋକେ ତହସିଲ କାର୍ଯ୍ୟାଳୟରେ ଧସେଇ ପଶି କାର୍ଯ୍ୟାଳୟ ଭଙ୍ଗାରୁଜା ସହ ମହଜୁଦ ରଖାଯାଇଥିବା ଟାର୍ପଲିନ୍‌କୁ ବୋହି ନେଇ ଯାଇଥିଲେ । ଏନେଇ ଗୁମ୍ମା ତହସିଲ କାର୍ଯ୍ୟାଳୟ ପକ୍ଷରୁ ସରକାର ସମ୍ପତ୍ତି ଲୁଟ କରିବା ଅଭିଯୋଗରେ ଚିହ୍ନଟ ହୋଇଥିବା ୧୧ଜଣଙ୍କ ସମେତ ବହୁ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଥିଲା ଏବଂ ସେରଙ୍ଗ ଥାନାରେ ୫୯/୨୦ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଏହି ସମସ୍ତ ଘଟଣାର ତଦନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଉ ଥିବା ବେଳେ ରାଜସ୍ୱ ନିରୀକ୍ଷକ ଶ୍ରୀ ପାଢୀଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କ ଅଭିଯୋଗ ଯୋଗୁଁ ନିଲମ୍ବନ କରାଯାଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ