ଭକ୍ତ ବିହୀନ ମା ତାରିଣୀଙ୍କ ନବମୀ ପୂଜା

ହିଂଜିଳିକାଟୁ (ଶେଷଦେବ ସାହୁ): ହିଂଜିଳିକାଟୁ ପୈାରାଞ୍ଚଳର‌ ଅନନ୍ୟ ଶକ୍ତିପୀଠ ଉପରରେଗିଡ଼ି ସାହି ସ୍ଥିତ ମା’ ତାରିଣୀଙ୍କ ନବରାତ୍ରର ନବମୀ ପୂଜା ବିନା ଭକ୍ତରେ ଅନୁଷ୍ଠିତ ହୋଇଛି। କୋଭିଡ କଟକଣା ସହକାରେ ଶନିବାର ପ୍ରାତଃହରୁ ମା’ ଙ୍କ ମାର୍ଜଣା, ସୂର୍ଯ୍ୟପୂଜା, ମଙ୍ଗଳ ଆଳତୀ ସମାପନ ସହ ସମସ୍ତ ଦେବୀ ନିତି , ବାଳଭୋଗ ଅର୍ପଣ କରାଯାଇଥିଲା । ସନ୍ଧ୍ୟାରେ ପ୍ରସାଦ ସେବନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ନିଳାଞ୍ଚଳ ସାହୁ, ବିଦ୍ୟାଧର ପାଣିଗ୍ରାହୀ, ସିମାଞ୍ଚଳ ପାଣିଗ୍ରାହୀ ଙ୍କ ସମେତ ସଂପୃକ୍ତ ସାହିର ବହୁ ଉତ୍ସାହୀ ଯୁବକ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ