ମେଳାପୀ ଗାଡି ଚାଳକଙ୍କ ବିୟୋଗରେ ଶୋକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ଗ୍ରାମର ଶାନ୍ତ ସ୍ଵଭାଵ ମେଳାପୀ ଗାଡି ଚାଳକ ଦିବଂଗତ ରତିକାନ୍ତ ସାହୁ ଙ୍କ ଏକାଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସମାଜସେବୀ ରାମଚନ୍ଦ୍ର ସେନାପତି ,ନିର୍ମଳ କର ,ରାଜେଶ ସାମଲ ପଦ୍ମନାଭ ପ୍ରଧାନ,ସୁରେଶ ତ୍ରିପାଠୀ ,ପ୍ରଶାନ୍ତ ସାହୁ, ପ୍ରମୁଖ ଯୋଗ ଦେଇ ସ୍ଵର୍ଗତଙ୍କ ଫୋଟ ଚିତ୍ରରେ ମାଲ୍ୟାଅର୍ପଣ କରିଥିବା ବେଳେ ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ସାହୁ ରବୀନ୍ଦ୍ର ବିଶ୍ୱାଳ, ଦେବେନ୍ଦ୍ର ବେହେରା ,ଉମାକାନ୍ତ ସାହୁ, ବନ ଜେନା ପ୍ରମୁଖ ଏଥିରେ ଯୋଗ ଦେଇ ଶୋକ ପ୍ରକଟ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ