୪ ବର୍ଷୀୟା ଶିଶୁକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କଲେ ଅଭିନେତ୍ରୀ ମନ୍ଦିରା ବେଦୀ ଓ ସ୍ୱାମୀ ରାଜ୍‌ କୌଶଲ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ଜଣାଶୁଣା ଟେଲିଭିଜନ୍‌ ହୋଷ୍ଟ୍‌ ମନ୍ଦିରା ବେଦୀ ଓ ତାଙ୍କ ନିର୍ଦ୍ଦେଶକ ସ୍ବାମୀ ରାଜ କୌଶଲ ଜଣେ ୪ ବର୍ଷୀୟା ଶିଶୁକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି। ସେମାନେ କୁନି ଝିଅଟିର ନା ରଖିଛନ୍ତି ତାରା ବେଦୀ କୌଶଲ। ଦମ୍ପତି ନିଜର ପୋଷ୍ୟ କନ୍ୟା ବିଷୟରେ ସୋସିଆଲ୍‌ ମିଡିଆରେ ଘୋଷଣା କରିଛନ୍ତି । ଉଭୟ ମନ୍ଦିରା ଓ ରାଜ ତାଙ୍କ ପୁଅ ବୀର ଓ ତାରାଙ୍କ ସହ ମିଶି ଏକ ପାରିବାରିକ ଫ‌େଟୋ ସେୟାର୍‌ କରିଛନ୍ତି। ତାରା ସଂପର୍କରେ ବେଦୀ ସେୟାର୍ କରିଥିବା ପୋଷ୍ଟ୍‌ରେ ଲେଖିଯାଇଛି, ‘ସେ ଆମ ପାଖକୁ ଆସିଛି ଯେପରି ଏକ ଆଶୀର୍ବାଦ ପରି। ଚାରି ବର୍ଷୀୟା ଆମ ଝିଅ ତାରାର ଆଖି ଯେପରି ତାରକା ପରି ଚମକୁଛି। ବୀରର ଭଉଣୀ ସିଏ। ଆମ ଘରକୁ ତାକୁ ସ୍ବାଗତ। ଖୋଲା ବାହୁ ଓ ଭଲପାଇବା ସହ। ସେ କହିଛନ୍ତି ଯେ ଚଳିତବର୍ଷ ଜୁଲାଇ ୨୮ ତାରିଖରୁ ତାରା ତ‌ାଙ୍କ ପରିବାରର ଅଂଶବିଶେଷ। କୌଶଲ ବି ଫଟୋଟିକୁ ସେୟ‌ାର୍‌ କରି ଲେଖିଛନ୍ତି କି ପରିବାର ସଂପୂର୍ଣ୍ଣ ହୋଇଗଲା। ଉଲ୍ଲେଖଯୋଗ୍ୟ, ମନ୍ଦିରା ୧୯୯୯ ମସିହା ଫେବ୍ରୁଆରି ୧୪ ତାରିଖରେ ରାଜଙ୍କୁୁ ବିବାହ କରିଥିଲେ। ୨୦୧୧ରେ ସେମାନେ ପିତୃତ୍ବ-ମାତୃତ୍ବ ଅର୍ଜନ କରିଥିଲେ। ୧୯୯୫ ମସିହାରେ ‘ଦିଲୱାଲେ ଦୁଲହ୍ନିୟା ଲେ ଯାଏଗେଁ’ ଚଳଚ୍ଚିତ୍ର ଜରିଆରେ ମନ୍ଦିରା ବଲିଉଡ୍‌ରେ ପ୍ରବେଶ କରିିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ