ବଳିଘାଇ ପୋଲ ମୁଣ୍ଡ ରାସ୍ତା ଶୋଚନୀୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଛତାଵର ଠାରୁ ପଡୋଶୀ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାର ବଳିଘାଇ ପୋଲ ନିକଟରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଗଲାଣି । ବୈତରଣୀ ନଦୀ ବନ୍ଧ ର କୋରକରା ସ୍କୁଲ ନିକଟ ଛକ ଠାରୁ ପୋଲ ମୁଣ୍ଡ ଯାଏଁ ପ୍ରାୟ ୧୦୦ମିଟର ପିଚୁ ଉଠି ଖାଲଖମା ରେ ଭର୍ତ୍ତି ହୋଇଗଲାଣି । ଏହି ବାଟ ଦେଇ ବ୍ଲକର ମଂଜୁରିରୋଡ ଠାରୁ ଆରମ୍ଭ କରି ବନ୍ତ ଵ୍ଲକ ଓ ପଡୋଶୀ କେନ୍ଦୁଝର ଜିଲ୍ଲାର ଲୋକେ ଦୈନଦିନ କାର୍ଯ୍ୟ ପାଇଁ ଯାଜପୁର ଯାଇଥାନ୍ତି । ଛତାବର ଠାରୁ କୋରକରା ସ୍କୁଲ ଯାଏଁ ୮ କି.ମି ଵ୍ୟାପି କଂକ୍ରିଟ ରାସ୍ତା ପ୍ରାୟତ ଭଲ ଥିବାବେଳେ ୧୦୦ମିଟର ପୋଲ ମୁଣ୍ଡ ରାସ୍ତା ଖରାପ ଯୋଗୁଁ ଲୋକମାନେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ର ଶିକାର ହେଉଛନ୍ତି । ଜଳସମ୍ପଦ କିମ୍ବା ପୂର୍ତ ଵିଭାଗ ରାସ୍ତା ମରାମତି କରିଵ ତାହା ସ୍ଥାନୀୟ ଲୋକେ ଜାଣିପାରୁନଥିବାରୁ ଏ ଦିଗରେ ସାମାନ୍ୟ ଅଭିଯୋଗ ହୋଇପାରୁନାହିଁ। ରାସ୍ତା ମରାମତି ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ