କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲଫ୍ରଂଟର ତିର୍ତୋଲ ଉପ-ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଅଭିଯାନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲପ୍ରଂଟ ପକ୍ଷରୁ ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସଙ୍କ ସପକ୍ଷରେ ବିଭିନ୍ନ ପଂଚାୟତକ ଗ୍ରସ୍ତକରି ନିର୍ବାଚନ ପ୍ରଚାର କରାଯିବା ସହ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବହୁମୁଖୀ କଲ୍ୟାଣକାରୀ ଯୋଜନାକୁ ପାଥେୟ କରି ସେହି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଜେଡିର ପୂର୍ବତନ ବିଧାୟକ ବିଷ୍ଣୁ ପ୍ରସାଦ ଦାସ କରିଥିବା ସମ୍ପର୍କରେ ଭୋଟର ମାନଙ୍କୁ ଅବଗତ କରାଯାଇଥିଲା । ପ୍ରାର୍ଥୀ ବିଜୟ ଶଙ୍କର ରୋଡସୋରେ ଯେଉଁ ତୁଙ୍ଗ ନେତାମାନେ ଯୋଗଦେଇଥିବା ନେତୃତ୍ୱଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ , କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ବିଧାୟକ ପ୍ରଶାନ୍ତ ମୁଦୁଲି , କଟକ ବାରବାଟୀ ନିର୍ବଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ ପ୍ରାର୍ଥୀଙ୍କ ସପକ୍ଷରେ ଯୋରଦାର ପ୍ରଚାର ଚଲାଇଛନ୍ତି । ଏହି ରୋଡସୋରେ କେନ୍ଦ୍ରାପଡା ବିଜେଡି ଲିଗାଲ ଫ୍ରଂଟର ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ସଂଜୟ କୁମାର ଜେନା, ଗଗନ ବିହାରୀ ଜେନା, ରମାକାନ୍ତ ସ୍ୱାଇଁ, ନିହାର ରଂଜନ ମହାପାତ୍ର, ତାରିଣି ପାଟ୍ଟଯୋଶି, ମନୋଜ ସାହୁ, ଗୋକୁଳି ରଞ୍ଜନ ଦାସ, ନିରଞ୍ଜନ ବଳ, ଧିରେନ୍ଦ୍ର କୁମାର ଦାସ, ସେକ ଅଜିମୁଦ୍ଦିନ ପ୍ରମୁଖ ଯୋଗଦେଇ ଏହି ପ୍ରଚାରରେ ସାମିଲ ହୋଇ ବିଭିନ୍ନ ପଂଚାୟତ ବୁଲି ବୁଲି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ