ସ୍ୱୟଂଶାସିତ ମହାବିଦ୍ୟାଳୟ ଓ କିଟ୍ ଡିମ୍ସ ଟୁ ବି ୟୁନିଭରର୍ସିଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

କେନ୍ଦ୍ରାପଡ଼ା,:ଶିକ୍ଷା,ଗବେଷଣା ଓ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଓ କିଟ୍ ଡିମ୍ସ ଟୁ ବି ୟୁନିଭର୍ସିଟି, ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଦୁଇ ଶିକ୍ଷାନୁଷ୍ଠାନ ମଧ୍ୟରେ ଶିକ୍ଷା, ଗବେଷଣା, ପ୍ରଶିକ୍ଷଣ ଓ ଗୁଣବତ୍ତା ବିକାଶ କ୍ଷେତ୍ରରେ ସହଯୋଗର ନୂତନ ଦିଗ ଉନ୍ମୋଚନ କରିବ। ଏହି ଅବସରରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସ ଏବଂ କିଟ୍‌ର ପ୍ରୋ-ଭାଇସଚାନ୍ସସେଲର ପ୍ରଫେସର ଡ. ଦେବାଶିଷ ବନ୍ଦୋପାଧ୍ୟାୟ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ। କିଟ୍ର ପ୍ରୋ-ଭାଇସ୍‌ଚାନ୍ସେଲର (ଆଡମିନ୍‌)-କମ୍‌-ରେଜିଷ୍ଟ୍ରାର ପ୍ରଫେସର ଡ. ଜ୍ଞାନରଞ୍ଜନ ମହାନ୍ତି ଏବଂ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ଅଧ୍ୟାପିକା ତଥା ଆଇକ୍ୟୁଏସି ସଂଯୋଜିକା ଡ. ଦୀପ୍ତି ରାୟ ସାକ୍ଷୀ ଭାବେ ସ୍ୱାକ୍ଷର କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ କିଟ୍‌ର ଆଇକ୍ୟୁଏସି ଡିନ୍ ଡ. ସିଦ୍ଧାର୍ଥ ଏସ୍‌. ରାଉତରାୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଆଇକ୍ୟୁଏସି ସଂଯୋଜିକା ଡ. ଦୀପ୍ତି ରାୟ, କିଟ୍‌ର ପ୍ରୋ-ଭାଇସ୍‌ଚାନ୍ସେଲର (ଆଡମିନ୍‌)-କମ୍‌-ରେଜିଷ୍ଟ୍ରାର ପ୍ରଫେସର ଡ. ଜ୍ଞାନରଞ୍ଜନ ମହାନ୍ତି ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସ ନିଜ ନିଜ ଅଭିଭାଷଣ ରଖିଥିଲେ। ଏହାପରେ ଔପଚାରିକ ଭାବେ ଏମଓୟୁ ସ୍ୱାକ୍ଷର ଅନୁଷ୍ଠିତ ହୋଇଥିଲା। ପରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କିଟ୍‌ର ପ୍ରୋ-ଭାଇସ୍‌ଚାନ୍ସେଲର ପ୍ରଫେସର ଡ. ଦେବାଶିଷ ବନ୍ଦ୍ୟୋପାଧ୍ୟାୟ ଏହି ଅବସରରେ ଅଭିଭାଷଣ ପ୍ରଦାନକରି ଦୁଇ ଅନୁଷ୍ଠାନ ମଧ୍ୟରେ ଏପରି ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କିଟ୍‌ର ସ୍କୁଲ୍ ଅଫ୍ ଇକୋନୋମିକ୍ସ ଆଣ୍ଡ କମର୍ସର ସହକାରୀ ପ୍ରଫେସର ଡ. ଅନନ୍ୟା ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ପକ୍ଷରୁ ମନୋବିଜ୍ଞାନ ବିଭାଗ ଅଧ୍ୟାପକ ତଥା ୟୁଜିସି ସଂଯୋଜକ ଡ. ଦେବକାନ୍ତ ଷଡଙ୍ଗୀ ଏବଂ ବଟାନି ବିଭାଗର ଅଧ୍ୟାପକ ତଥା ଆଇକ୍ୟୁଏସି ସହ-ସଂଯୋଜକ ହିମାଂଶୁଶେଖର ମହାପାତ୍ର ଉପସ୍ଥିତ ଥିଲେ। କିଟ୍‌ରୁ ଡ. ସିଦ୍ଧାର୍ଥ ଏସ୍‌. ରାଉତରାୟ ଓ ଡ. ଅନନ୍ୟା ମିତ୍ରଙ୍କ ସମନ୍ୱୟରେ ଏମଓୟୁ ସ୍ୱାକ୍ଷର ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଏହି ସହଯୋଗ ଦୁଇ ଅନୁଷ୍ଠାନର ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନ, ଦକ୍ଷତା ଓ ଗବେଷଣା ଅଭିଜ୍ଞତାର ଆଦାନ ପ୍ରଦାନକୁ ସୁଗମ କରିବା ସହ ଶିକ୍ଷାର ଗୁଣବତ୍ତା, ଗବେଷଣା ଓ ନବସୃଜନକୁ ଆହୁରି ସୁଦୃଢ ଼କରିବ ବୋଲି ଆଶା ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ