ମହିଳା ଙ୍କ ସ୍ୱାବଲମ୍ବୀ କର୍ମଶାଳା ଓ ଆର୍ଥିକ ସ୍ଵାକ୍ଷରତା ସଚେତନତା ଶିବିର 

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ମହାମରୀ କରୋନା ସମୟରେ ମହିଳା ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ଆଜି କଙ୍କୋରଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତରଫରୁ ଡେଙ୍ଗାଡି ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସର ରେ ଗ୍ରାମୀଣ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଆର୍ଥିକ ଅନ୍ତର୍ଭୂକ୍ତିର ସ୍ଵାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି,ଉତ୍କଳ ଗ୍ରାମୀଣ ବ୍ୟାଙ୍କ କୋଙ୍କରୋଡା ଶାଖାର ପରିଚାଳକ ଦେବେନ୍ଦ୍ର ଶୁକ୍ଳ ଙ୍କ ତତ୍ୱବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଲୋକ ମାନେ ଯେପରି ମାସ୍କ ପିନ୍ଧିବା ଏବଂ ହାତ ସାନିଟାଇଜେସନ୍ ଏବଂ PMSBY, PMJJBY, APY ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା, ଗ୍ରାହକ ଓ ଜନସାଧାରଣ ସମସ୍ତଙ୍କ ପାଇଁ ଅନ୍ୟାନ୍ୟ ବୀମା, ଆର୍ଥିକ ଅନୁଶାସନ ଲାଭ ବିଷୟରେ ଶାଖା ପରିଚାଳକ ଦେବେନ୍ଦ୍ର ଶୁକ୍ଲା ମତ୍ତବ୍ୟକ୍ତ କରିଥିଲେ ଏବଂ ପରିଶେଷରେ ସ୍ୱାବଲମ୍ବନ ପ୍ରକଳ୍ପ ଆଧାର ରେ ସ୍ୱୟଂ ସହାୟକ ସଙ୍ଘ ମାନଙ୍କୁ ଆର୍ଥିକ ସହାୟତା ଋଣ ପ୍ରଦାନ କରାଯାଇଥିଲା I ଅନ୍ୟ ମାନଙ୍କ ମଧ୍ୟରେ ଶାଖା ର ପ୍ରବନ୍ଧକ ସୁକୁମାର ତ୍ରିପାଠୀ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ନରେନ୍ଦ୍ର କୁମାର ତ୍ରିପାଠୀ, ବିଜୟ କୁମାର ବେହେରା, ରାମନାଥ ପଣ୍ଡା, ଅଙ୍କିଆ ମିଶ୍ର ଡେଙ୍ଗାଡି ଗ୍ରାମରେ ସଞ୍ଚାଳିତ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କର ର ସଭ୍ୟା ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ